Odisha news

ବିଧବା ମହିଳା ଙ୍କୁ ଦୁଷ୍କର୍ମ କରି ହତ୍ୟା : ପୋଲିସ ଘଟଣା ସ୍ଥଳକୁ ମୁଖ୍ୟ ଅଭିଯୁକ୍ତ କୁ ନେଇ ଦେଖେଇଲା ଡେ଼ମୋ

0

ମାହାଙ୍ଗା :କଟକ ଜିଲ୍ଲା ମାହାଙ୍ଗା ଥାନା ଭେଡା ଗ୍ରାମର ବହୁଚର୍ଚ୍ଚିତ ଅର୍ଣ୍ଣପୂର୍ଣା ଙ୍କୁ ଦୁଷ୍କର୍ମ ହତ୍ୟା ଘଟଣାର କିଛିଦିନ  ପରେ  ଭଉଣୀ ଜ୍ୱାଇଁ ତଥା ସାଲେପୁର ଥାନା ତାଳପଦା ଗ୍ରାମର ଦୈତାରୀ ସ୍ୱାଇଁଙ୍କୁ  ପୋଲିସ ଉଠାଇନେଇଥିଲା । ପୋଲିସର ପଚରା ଉଚରା ପରେ ମୁଖ୍ୟ ଅଭିଯୁକ୍ତ ଙ୍କ କହିବା ଅନୁଯାୟୀ ବର୍ଷେ ପୂର୍ବେ ଅର୍ଣ୍ଣପୂର୍ଣା ଙ୍କ ପରିବାର ସହ ହୋଇଥିଲା ବଚସା, ଅର୍ଣ୍ଣପୂର୍ଣାଙ୍କ ଘରକୁ ନଆସିବାକୁ ବାରଣ କରିଥିଲାବେଳେ ତାଙ୍କ ପରିବାର ଲୋକ ଓ ଦୈତାରୀଙ୍କ ପତ୍ନୀ ଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ଦୈତାରୀ  ଅର୍ଣ୍ଣପୂର୍ଣା ଙ୍କୁ ହତ୍ୟା କରିଥିବାର ଜଣାଯାଇଛି ।

ଆଜି ପୋଲିସର ତଦନ୍ତ ପରେ ହତ୍ୟା କାଣ୍ଡ ଘଟଣାର ଗୁମର ଖୋଲିଥିବାବେଳେ ପୋଲିସ ମୁଖ୍ୟ ଅଭିଯୁକ୍ତ ଙ୍କୁ ଘଟଣା ସ୍ଥଳକୁ ନେଇ ଦେଖେଇଥିଲା ଡେମୋ । ପ୍ରକାଶ ଥାଉକି ଭେଡା ଗ୍ରାମର ବିଧବା ମହିଳା ଅର୍ଣ୍ଣପୂର୍ଣା 15 ତାରିଖ ସନ୍ଧ୍ୟାରେ ଘରୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଘର ପଛ ପଟ ୨ଶହ ମିଟର ଦୂର  ପାଟ ନାଳୀରୁ କ୍ଷତାକ୍ତ ମୃତଦେହ ତାପର ଦିନ ସକାଳୁ ଲୋକ ମାନେ ଦେଖିବାକୁ ପାଇଥିଲେ, ପାରିପାର୍ଶ୍ଵିକ ଅବସ୍ଥାରୁ ତାଙ୍କୁ ଦୁଇ ତିନି ଜଣ ଦୁଷ୍କର୍ମ ପରେ ହତ୍ୟା କରି କେନାଲ ପଙ୍କରେ ଫିଙ୍ଗି ଦେଇଥିବା ମୃତ ଅର୍ଣ୍ଣପୂର୍ଣା ଙ୍କ ପୁତ୍ର ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲା ବେଳେ ଆଜି ପୋଲିସ ପ୍ରଶାସନର ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ଦୈତାରି ସ୍ବାଇଁ ଙ୍କୁ ଘଟଣା ସ୍ଥଳକୁ ନେଇ କିପରି ଭାବେ ଏହି ଘଟଣା ରଚିଥିଲା ଏକ ଡେ଼ମୋ ମାଧ୍ୟମରେ ତାହାକୁ ଦେଖାଇଛି । ମାହାଙ୍ଗାରୁ ଦେବେନ୍ଦ୍ର ଷଡ଼ଙ୍ଗୀ ଙ୍କ ରିପୋର୍ଟ ।

IEC 2 years
Leave A Reply