Odisha news

ଗୌହାଟୀରେ ବୈଜୟନ୍ତ ପଣ୍ଡାଙ୍କ ପରିବାର ସମ୍ପର୍କ ଅଭିଯାନ

0
ଭୁବନେଶ୍ବର, ୨୪-୦୨- ଆସାମରେ ଆଗକୁ ବିଧାନସଭା ନିର୍ବାଚନ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା ଆଜି ଗୌହାଟୀଠାରେ ପରିବାର ସମ୍ପର୍କ ଅଭିଯାନ କରିଛନ୍ତି। ଏହି ଅଭିଯାନରେ ସେ ଘରକୁ ଘର ବୁଲି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଫଳତା ତଥା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବିଷୟରେ ଲୋକଙ୍କୁ ଜଣାଇଛନ୍ତି ଏବଂ ଏସଂକ୍ରାନ୍ତ ସଫଳତା ପତ୍ର ବାଣ୍ଟିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି ଯେ ଉତ୍ତର-ପୂର୍ବ ଭାରତର ବିକାଶ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ପ୍ରତିବଦ୍ଧ ରହିଛି, ଯାହାପାଇଁ ଦୀର୍ଘ ଦଶନ୍ଧି ଧରି ଅନ୍ୟ ସରକାର ସମୟରେ ଯେଉଁ ବିକାଶ ହୋଇପାରିନଥିଲା, ତାହା ବିଜେପି ସରକାର ସମୟରେ ଗତ କିଛି ବର୍ଷ ମଧ୍ୟରେ ହୋଇଛି। ସେହିପରି ବିଭିନ୍ନ ଯୋଜନା ଜରିଆରେ ସମାଜର ସବୁଠାରୁ ନିମ୍ନ ବର୍ଗ ଗରିବଙ୍କ ବିକାଶ ପାଇଁ ବିଜେପି ସବୁବେଳେ କାମ କରିଆସିଛି ଓ କିପରି ହୋଇଛି ତାହା ବିଭିନ୍ନ ଯୋଜନାର ସଫଳତାରୁ ଜାଣିପାରବେ। ଏନେଇ ଆଜି ମୁଁ ସ୍ଥାନୀୟ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଘରକୁ ଘର ବୁଲି ‘ପରିବାର ସମ୍ପର୍କ ଅଭିଯାନ’ କରିଛୁ। ବିଜେପି ସରକାର ସମୟରେ ହିଁ ଆସାମ ସୁରକ୍ଷିତ, ବିକଶିତ ହୋଇଛି, ଯାହା ଫଳରେ ଆଜି ଆସାମବାସୀ ପୁଣିଥରେ ବିଜେପି ସରକାରକୁ ଆଣିବା ପାଇଁ ନିଶ୍ଚିତ କରିଛନ୍ତି ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି।

ସୂଚନା ଥାଉକି ଆସାମରେ ବିଜେପିର ମିଶନ ୧୦୦+ ହାସଲ କରିବା ଲକ୍ଷ୍ୟ ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବିଜେପି ପକ୍ଷରୁ ବୈଜୟନ୍ତ ପଣ୍ଡାଙ୍କୁ କିଛି ମାସ ତଳେ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ସେ ସେଠାରେ କାର୍ଯ୍ୟକର୍ତ୍ତାଙ୍କ ସହ ମାରାଥନ ବୈଠକ ଏବଂ ସମୀକ୍ଷା ଜାରି ରଖିଛନ୍ତି।

Ad2
Leave A Reply