Odisha news

ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦରହିବ ବ୍ୟାଙ୍କ : ଦିଆଗଲା ଛୁଟି ତାଲିକା

0

ନୂଆଦିଲ୍ଲୀ :ଆର୍ଥିକ ବର୍ଷର ଶେଷ ମାସ ମାର୍ଚ୍ଚମାସ ହୋଇଥାଏ l ଏହି ମାସରେ ସାଧାରଣତଃ ବାଙ୍କ ସହିତ ଜୋଡ ହୋଇଥିବା କାର୍ଯ୍ୟକ୍ରମ ଗୁଡିକ ଅଧିକ ରହି ଥାଏ l ଆପଣ କୌଣସି ଅସୁବିଧାର ସମୁଖିନ୍ନ ନ ହୁଅନ୍ତୁ ସେଥିପାଇଁ ବିଶେଷ ଦୃଷ୍ଟି ରଖାଯାଇ ଛୁଟି ତାଲିକା ପ୍ରସ୍ତୁତ କରାଯାଇଛି l ଏହି ପରି ସ୍ଥଳେ ମାର୍ଚ୍ଚ ମାସ ରେ ୧୧ ଦିନ ବାଙ୍କ ବନ୍ଦ ରହିବ l  ଏପରି ସ୍ଥଳେ RBI ନିର୍ଦେଶ ଅନୁସାରେ ଦେଶ ରେ କାର୍ଯ୍ୟ ରତ ବାଙ୍କ ଗୁଡିକ ରବିବାର ଛାଡ ମାସ ର ଦ୍ଵିତୀୟ ଓ ଚତୁର୍ଥ ଶନିବାର ବନ୍ଦ  ରହିବ l

ଆସନ୍ତୁ ଜାଣିବା ମାର୍ଚ୍ଚ ମାସରେ କେଉଁଦିନ ଗୁଡିକ ବ୍ୟାଙ୍କ ଛୁଟି ରହିବ –

୫ ମାର୍ଚ୍ଚ – ମାର୍ଚ୍ଚ ୫ ତାରିଖ ରେ ଚାପଚର କୁଟ ପଡୁଛି l ଏହିଦିନ ଆଇଜୋଲ ରେ ସବୁ ବ୍ୟାଙ୍କ ବନ୍ଦ ରହିବ l

୧୧ ମାର୍ଚ୍ଚ – ୧୧ ମାର୍ଚ୍ଚରେ ଶିବରାତ୍ରି ପଡୁଥିବାରୁ ଦେଶର କେତେକ ରାଜ୍ୟରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ l

୧୩ ମାର୍ଚ୍ଚ – ମାସର ଦ୍ଵିତୀୟ ଶନିବାର ହୋଇଥିବାରୁ ୧୩ ମାର୍ଚ୍ଚ ବ୍ୟାଙ୍କ ବନ୍ଦ ରହିବ l

୧୪ ମାର୍ଚ୍ଚ – ଏହିଦିନ ରବିବାର ପଡୁଥିବା ହେତୁ ବ୍ୟାଙ୍କ ଗୁଡିକ ସାପ୍ତାହିକ ଅବକାଶ ରହିବ l

୧୫ ମାର୍ଚ୍ଚ – ମାର୍ଚ୍ଚ ୧୫ ତାରିଖ ଦିନ କିଛି ବ୍ୟାଙ୍କ ସଂଗଠନ ଷ୍ଟ୍ରାଇକ କରିବାର ଘୋଷଣା କରିଛନ୍ତି l

୨୧ ମାର୍ଚ୍ଚ – ରବିବାର କାରଣରୁ ୨୧ ତାରିଖ ବ୍ୟାଙ୍କ ବନ୍ଦ ରହିବ l

୨୨ ମାର୍ଚ୍ଚ – ୨୨ ମାର୍ଚ୍ଚ ବିହାର ଦିବସ ହୋଇଥିବା କାରଣରୁ ବିହାର ରାଜ୍ୟରେ ଦୁଇଦିନ ଲଗାତାର ବ୍ୟାଙ୍କ ବନ୍ଦ ରହିବ l

୨୭ ମାର୍ଚ୍ଚ – ମାସର ଚତୁର୍ଥ ଶନିବାର ହୋଇଥିବା କାରଣରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ l

୨୮ ମାର୍ଚ୍ଚ – ଏହିଦିନ ରବିବାର ପଡୁଥିବା ହେତୁ l କିନ୍ତୁ ଦେଶରେ କିଛି ରାଜ୍ୟରେ ଲଗାତାର ବ୍ୟାଙ୍କ ବନ୍ଦ ରହିବ l

୨୯ ଓ ୩୦ ମାର୍ଚ୍ଚ – ମାର୍ଚ୍ଚ ୨୯ ଓ ୩୦ ହୋଲିପର୍ବ ପଡୁଥିବା ହେତୁ ବ୍ୟାଙ୍କ ବନ୍ଦ ରହିବ l

Leave A Reply