ହିମାଂଶୁ ଶେଖର ଆଚାର୍ଯ୍ୟ : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ଦିନ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଇତି ମଧ୍ୟରେ କରୋନା ଭୟ ଦୁରୀଭୂତ ହେବାପରେ ଲେଉଟିବାର ଆଶଙ୍କା ଦେଖାଦେଲାଣି । ଏସବୁ ସତ୍ତ୍ୱେ ବିପର୍ଯ୍ୟସ୍ତ ରାଜ୍ୟ ଅର୍ଥନୀତିକୁ ସୁଧାରିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ । ବିଶେଷକରି କୋଭିଡ ମହାମାରୀର ଘନଘଟା ମଧ୍ୟରେ କେନ୍ଦ୍ରସରକାରଙ୍କ ପରି ପ୍ରଥମଥର ପାଇଁ ବିଧାନସଭାରେ ପେପରଲେସ୍ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।
କରୋନାଭଳି ମହାମାରୀ ଯୋଗୁଁ ଭବିଷ୍ୟତରେ ଲୋକେ ଯେମିତି ବିପଦରେ ନପଡନ୍ତି ଏବଂ ଅର୍ଥବ୍ୟବସ୍ଥା କିପରି ସୁରକ୍ଷିତ ରହିବ ତାଙ୍କ ଦ୍ୱାରା ଉପସ୍ଥାପିତ ବଜେଟରୁ ଏହି ସଙ୍କେତ ମିଳିଛି । ଏଥିପାଇଁ ବଜେଟରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଓ ଭିତ୍ତି ଭୂମି ଉପରେ ଅଧିକ ଫୋକସ୍ ଦିଆଯାଇଛି । କୃଷିପାଇଁ୨୦ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି କାଳିଆ ଯୋଜନାପାଇଁ ୧୮ଶହ କୋଟିଟଙ୍କା ମିଳିଛି ।
ସ୍ୱାସ୍ଥ୍ୟ କ୍ଷେତ୍ରପାଇଁ ୯ହଜାର ୧୬୪କୋଟି ଟଙ୍କା ଓ ଶିକ୍ଷା ପାଇଁ୨୪ହଜାର ୩୭୦କୋଟି ଟଙ୍କାର ଅର୍ଥବ୍ୟବସ୍ଥା କରାଯାଇଛି । ସର୍ବୋପରି ଭିତ୍ତିଭୂମି ବିକାଶକୁ ରାଜ୍ୟସରକାର ସର୍ବାଧିକ ପ୍ରାଥମିକ ଦେଇଛନ୍ତି । ୨୦୨୧-୨୨ ଅର୍ଥିକ ବର୍ଷପାଇଁ ଆଗତ ହୋଇଥିବା ବଜେଟରେ ଏହାସ୍ପଷ୍ଟ ପ୍ରତିଫଳିତ ହୋଇଛି । ବଜେଟ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଏହାଏକ ଲୋକାଭିମୁଖୀ ବଜେଟ୍ ଓ ବିକାଶମୁଖୀ ବଜେଟ । ଆମ ଓଡିଶା ଯାତ୍ରା ପଥରେ ବଜେଟ୍ ସହାୟକ ହେବ । ଗତବର୍ଷର ଅଧିକାଂଶ ସମୟ କୋଭିଡ୍ ଲକଡାଉନରେ ହରାଇଥିଲୁ । ସେଭଳି ସ୍ଥିତିରୁ ବର୍ତ୍ତମାନର ବଜେଟ ନିଶ୍ଚିତ ଭାବେ ଚମକôାରୀ ବୋଲି କୁହାଯାଇପାରିବ ।
ଚଳିତ ବର୍ଷ ବଜେଟରେ ୧ଲକ୍ଷ ୭୦ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି । ମୋଟ ବଜେଟରୁ ରାଜସ୍ୱ ସଂଗ୍ରହ ୧ଲକ୍ଷ ୨୫ହଜାର ୬ଶହକୋଟି ଅଟକଳ କରାଯାଉଥିବା ବେଳେ ଅବଶିଷ୍ଟ ୪୪ ହଜାର ୪୦୦କୋଟି ଋଣ ଆକାରରେ ଆଦାୟ କରାଯିବ । ଫୋକସ୍ରେ ସ୍ୱାସ୍ଥ୍ୟ,ନିବେଶ, ଭିର୍ତ୍ଥିଭୂମି,ଶିକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନୂଆ ସେତୁ ନିର୍ମାଣ ଓ ରେଳପ୍ରକଳ୍ପ ବିକାଶ ଲାଗି ଗୁରୁତ୍ୱ ଦିଆଯାଇଛି ।
ସମୁଦାୟ ବ୍ୟୟବାରଦରୁ ସରକାର ପ୍ରଶାସନିକ ଖର୍ଚ୍ଚ ବାବଦକୁ ୮୫ ହଜାର କୋଟି ଟଙ୍କା ଆକଳନ କରିଥିବା ବେଳେ, କାର୍ଯ୍ୟକ୍ରମ ବାବଦରେ ୭୫ହଜାର କୋଟି, ବିପର୍ଯ୍ୟୟ ପ୍ରଶାସନ ପାଣ୍ଠିପାଇଁ ୩୦୫୦ କୋଟି, ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ହେଉଥିବା ଅର୍ଥ ୭୯୫୨ କୋଟି ହେବ ବୋଲି ଆକଳନ ହୋଇଛି । ଏଥିସହିତ ରାଜ୍ୟ ବଜେଟରେ ‘ନୂତନ ଓଡିଶା- ସଶକ୍ତ ଓଡିଶାର’ ଆଶାକୁ ପୂରଣ କରିବା ପାଇଁ ସ୍ୱାସ୍ଥ୍ୟସେବା, କୃଷି,ଶିକ୍ଷା,ଭିର୍ତ୍ତିଭୂମି, ଶିଳ୍ପ କ୍ଷେତ୍ରକୁ ପରବର୍ତ୍ତୀ ସ୍ତରକୁ ନେବା ସହ ସମାଜର ଦୁଃସ୍ଥ ବର୍ଗର ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇବା ଲକ୍ଷ୍ୟ ରଖାଯାଇଛି । ଏଥିସହିତ ବଜେଟର ମୁଖ୍ୟ ଉଦେ୍ଦଶ୍ୟଗୁଡିକ ମଧ୍ୟରେ ଏସ୍ସିବି ଭେଷଜ ମହାବିଦ୍ୟାଳୟକୁ ଏକ୍ସ ପ୍ଲସ୍’ ପ୍ରତିଷ୍ଠାନ ରେ ପରିଣତ କରି ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଆଗାମୀ ୩ ବର୍ଷ ମ ଧ୍ୟରେ ପ୍ରାୟ ୩.୫୦୦ କୋଟି ଟଙ୍କା ବ୍ୟୟ ବରାଦ, କୃଷି ଓ ଆନୁସଂଗିକ କ୍ଷେତରେ ସମାଜର ଦୁଃସ୍ଥ ବର୍ଗର ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇବା ଲକ୍ଷ୍ୟ ରଖାଯାଇଛି ।
ଏଥିସହିତ ବଜେଟର ମୁଖ୍ୟ ଉଦେ୍ଦଶ୍ୟଗୁଡିକ ମଧ୍ୟରେ ଏସ୍ସିବି ଭେଷଜ ମହାବିଦ୍ୟାଳୟକୁ ଏକ୍ସ ପ୍ଲସ୍’ ପ୍ରତିଷ୍ଠାନ ରେ ପରିଣତ କରି ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଆଗାମୀ ୩ ବର୍ଷ ମ ଧ୍ୟରେ ପ୍ରାୟ ୩.୫୦୦ କୋଟି ଟଙ୍କା ବ୍ୟୟ ବରାଦ, କୃଷି ଓ ଆନୁସଂଗିକ କ୍ଷେତରେ ରୂପାନ୍ତରଣକାରୀ ପରିବର୍ତ୍ତନ ଆଣିବା ପାଇଁ କଇଖଓଇ ଯୋଜନା ଅଧୀନରେ ୧୮ଶହ କୋଟି ଟଙ୍କା , ରାଷ୍ଟ୍ରୀୟ କୃଷି ଯୋଜନାରେ ୪୫୦ କୋଟି ଟଙ୍କା, ସମସ୍ତ ପ୍ରମୁଖ ନଦୀରେ ଆଇଏସ୍ଏସ୍ ନିର୍ମାଣ ପାଇଁ ୭୯୫ କୋଟି ଟଙ୍କା ଏବଂ କୃଷକମାନଙ୍କୁ ସୁଧ ରିହାତି/ସୁଧ ଛାଡ ଯୋଜନ ଅଧୀନରେ ୮୧୯ କୋଟି ଟଙ୍କାର ବ୍ୟୟ ବରାଦ । ବଜେଟରେ ଓଡିଆ ଭାଷା, ସଂସ୍କୃତି ଐତିହ୍ୟ ପାଇଁ ୧୩୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।
ଶ୍ରୀକ୍ଷେତ୍ର ପୁରୀ, ଏକାମ୍ର କ୍ଷେତ୍ର ଓ ସମଲେଇ ପୀଠ ପାଇଁ ମଧ୍ୟ ବ୍ୟୟ ବରାଦ କରିଛନ୍ତି । ପୁରୀ ପାଇଁ ଅବଢା ଯୋଜନା ଅଧୀନରେ ୫୪୨ କୋଟି ଟଙ୍କା , ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଚତୁଃପାଶ୍ୱର୍ରେ ୬୫ ଏକରରୁ ଉଦ୍ଧ୍ୱର୍ ଜାଗାକୁ ପଥଚାରୀଙ୍କ ପାଇଁ ଉନ୍ମୁକ୍ତ କରିବା ପାଇଁ ଏକାମ୍ର ଯୋଜନା ଅଧୀନରେ ୨୦୦ କୋଟି ଟଙ୍କା, ସମଲେଶ୍ୱରୀ ମନ୍ଦିରର ରୂପାନ୍ତରଣ ପାଇଁ ସମଲେଶ୍ୱରୀ ଯୋଜନା ଅଧୀନରେ ୨୦୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଆଗାମୀ ହକି ପୁରୁଷ ବିଶ୍ୱକପ୍ ପାଇଁ ବଜେଟରେ ରାଉଲକେଲାରେ ୧୫ ଏକରରୁ ଅଧିକ ଜମିରେ ଏକ ନୂତନ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
୨୦୨୧-୨୨ ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । କେହି କେହି ଏହାକୁ ବାସ୍ତବବାଦୀ, ବିକାଶମୁଖୀ କହୁଥିବା ବେଳେ ଆଉ କେହି ଏହାକୁ ଜନଗଣଙ୍କ ଆଶା, ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇନଥିବା କୁହାଯାଉଛି । ବିଶେଷକରି ପେଟ୍ରୋଲିୟମ ଜାତ ଦ୍ରବ୍ୟ ଉପରୁ ରାଜ୍ୟ ଟିକସ ହ୍ରାସ ପାଇଁ ଏଥିରେ କୌଣସି ପ୍ରସ୍ତାବ ନାହିଁ । ଅନ୍ୟ ପଟେ ୨୦୨୦-୨୧ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଲୋକମାନଙ୍କର ମୁଣ୍ଡପିଛା ଆୟ ୨୪୧୦ଟଙ୍କା ହ୍ରାସ ପାଇଛି । ସେମାନଙ୍କ କ୍ରୟ ଶକ୍ତି ତଥା ଆୟ ବୃଦ୍ଧିପାଇଁ ଠୋସ୍ ପଦକ୍ଷେପ ନବାର ଆବଶ୍ୟକତା ରହିଛି । ତେବେ ନିରଞ୍ଜନ ପୁଜାରୀଙ୍କ ବଜେଟରୁ କେଉଁ କ୍ଷେତ୍ରରୁ ଟଙ୍କାଟିଏ ଆସିବ ଓ କେଉଁ ବାବଦରେ ଟଙ୍କାଟିଏ ଖର୍ଚ୍ଚ ହେବ ତାର ଏକ ତାଲିକା ଏଠାରେ ଦିଆଗଲା । ଟଙ୍କାକର ଆୟ ବ୍ୟୟ-ଆସିବ: ଋଣ ଓ ଅନ୍ୟାନ୍ୟ ସୂତ୍ରରୁ ୦.୨୪ପ., ନିଜ ଟିକସ ରାଜସ୍ୱ ୨୨.୦୬ପ., ଭବିଷ୍ୟ ନିଧି ଓ ଅନ୍ୟାନ୍ୟ ପାଣ୍ଠି ୧.୭୬ପ., ଖୋଲାବଜାରରୁ ଋଣ ୨୪.୧୧ପ., ଅଣ ଟିକସ ରାଜସ୍ୱ ୧୧.୭୬ପ., କେନ୍ଦ୍ରଭାଗ ରାଜସ୍ୱ ୧୭.୭୩ପ., କେନ୍ଦୀୟ ଅନୁଦାନ ୨୨.୩୩ପ., ଯିବ: ପ୍ରଶାସନିକ ବ୍ୟୟ ୦.୬୬ପ., ଋଣ ପରିଶୋଧ ୧୩.୮୪ପ., ସୁଧ ବାବଦ ଦେୟ ୪.୭୧ପ., ରାଜ୍ୟରୁ ହସ୍ତାନ୍ତର ୪.୦୯ପ., ବିପର୍ଯ୍ୟୟ ମୁକାବିଲା ପାଣ୍ଠି ୧.୭୯ପ., ରାଜସ୍ୱ ଖର୍ଚ୍ଚ ୫୯.୭୫ପ.,