Odisha news

ଅଭିଯୁକ୍ତ ଦୁଇ ଆଇଆରବି ଜବାନଙ୍କୁ କାର୍ଯ୍ୟରୁ ନିଳମ୍ବିତ କଲେ କନ୍ଧମାଳ ଏସପି

0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ପର୍ଯ୍ୟଟକଙ୍କୁ ମାଡ଼ ମାରି ଜୋର ଜବରଦସ୍ତ ଟଙ୍କା ଆଦାୟ ଓ ଡ଼କାୟତି ଭଳି ସଙ୍ଗୀନ ଅଭିଯୋଗରେ ସମ୍ପୃକ୍ତ ଥିବା ଦୁଇ ଆଇଆରବି ଜବାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ୍‌। ଏହି ଦୁଇ ଜବାନ ହେଲେ ଡ଼େପୁଟି ସୁବେଦାର ଶିବବ୍ରତ ବେହେରା ଓ ହାବିଲଦାର ଶ୍ରୀନିବାସ କହଁର। ଏମାନଙ୍କ ବିରୋଧରେ ନିଜକୁ ପୁଲିସ କର୍ମଚାରୀର ପରିଚୟ ଦେଇ ବାହାରୁ ଆସିଥିବା ଲୋକଙ୍କୁ ଧମକାଇବା ସହିତ ମାଡ଼ ମାରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ଆସିବା ପରେ ଏସପି ଶ୍ରୀ ଅଗ୍ରୱାଲ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ,ଏମାନଙ୍କ ମଧ୍ୟରୁ ଶ୍ରୀନିବାସ ମଙ୍ଗଳ ବାର ଦିନ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟଜଣେ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ l

IEC 2 years
Leave A Reply