Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶରେ କୃଷକମାନଙ୍କୁ ସମ୍ବୋଧିତ : ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବ୍ୟବସ୍ଥା ହଟିବ ନାହିଁ

0

ନୂଆଦିଲ୍ଲୀ : ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବ୍ୟବସ୍ଥା ହଟିବ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର କୃଷକମାନଙ୍କୁ ଆଶ୍ବାସନା ଦେଇଛନ୍ତି ।

ମଧ୍ୟପ୍ରଦେଶରେ କୃଷକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ କୃଷକମାନେ ସରକାରଙ୍କ ସଂସ୍କାର ପ୍ରକ୍ରିୟା ଉପରେ ଭରସା ରଖିବା ଆବଶ୍ୟକ । ବିରୋଧୀ ଦଳ ନୂଆ କୃଷି ଆଇନ ସମ୍ପର୍କରେ ଗୁଜବ ଓ ଅପପ୍ରଚାର ଚଳାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ସରକାର ରବି ଓ ଖରିଫ ଫସଲର ଏମଏସପି ବୃଦ୍ଧି କରିଛନ୍ତି । ନୂଆ ଆଇନ ଅନୁସାରେ ଚାଷୀମାନେ ନିଜ ଇଛା ଅନୁସାରେ ମଣ୍ଡି ଭିତରେ କିମ୍ବା ବାହାରେ ନିଜ ଫସଲ ସାମଗ୍ରୀ ବିକ୍ରି କରିପାରିବେ । ଅନ୍ୟପକ୍ଷରେ କେବଳ ଚାଷୀମାନେ କଣ୍ଟ୍ରାକ୍ଟ ଫାର୍ମିଂର କଣ୍ଟ୍ରାକ୍ଟରୁ ଓହରିପାରିବେ, କିନ୍ତୁ ସ୍ପନସରମାନେ ଓହରି ପାରିବେ ନାହିଁ ।

ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କୁ ଏକ ୮ ଫର୍ଦ୍ଦ ବିଶିଷ୍ଟ ଖୋଲା ଚିଠି ଲେଖିଥିଲେ । କୃଷି ଆଇନ ସମ୍ପର୍କରେ ବିରୋଧୀ ଦଳ ଓ ଅନ୍ୟ ଗୋଷ୍ଠୀମାନଙ୍କ ଅପପ୍ରଚାରରେ ଭଳିନଯିବାକୁ ସେ ଏହି ପତ୍ରରେ ନିବେଦନ କରିଥିଲେ । ସେ ଦାବି କରିଛନ୍ତି ଯେ ଦିଲ୍ଲୀରେ ଆନ୍ଦୋଳନ କରୁଥିବା କେତେକ କୃଷକ ସଂଗଠନଙ୍କ ବ୍ୟତୀତ ଦେଶର ଅଧିକାଂଶ ସଂଗଠନ ଏହାକୁ ସମର୍ଥନ କରିଛନ୍ତି ।

 

Leave A Reply