କର୍ଣ୍ଣାଟକ : କରୋନା ରୋଗୀଙ୍କ ପାଇଁ ପ୍ଲାଜ୍ମା ଡୋନର୍ଙ୍କୁ କର୍ଣ୍ଣାଟକ ସରକାର ୫ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । ଏକ ଏକ୍ସପଟ କମିଟି ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ୧୪ରୁ ୨୮ ଦିନ ମଧ୍ୟରେ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କୁ ଗୋଟିଏ ଥର ଇସେନ୍ଟିଭ୍ ଦିଆଯିବ । କର୍ନାଟକ ମେଡିକାଲ ଏକୁକେଶନ୍ ମିନିଷ୍ଟର୍ କହିଛନ୍ତି, ଦୟାକରି ପ୍ଲାଜ୍ମା ଦାନ କରି ରୋଗୀଙ୍କୁ ସୁସ୍ଥ ହେବାରେ ସାହାଯ୍ୟ କରନ୍ତୁ । କର୍ନାଟକରେ ଏବେ ସୁଦ୍ଧା ୫ ଜଣ ରୋଗୀଙ୍କୁ ପ୍ଲାଜ୍ମା ଥେରାପି ଦିଆଯାଇଛି । ସେଥିମଧ୍ୟରୁ ୩ ଜଣ ଠିକ୍ ହୋଇଥିବା ବେଳେ ଦୁଇ ଜଣଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ ।