Odisha news

ରାୟଗଡା ଜିଲ୍ଲାରେ ପୁଣି ୧୯ କରୋନା ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୧୮୮କୁ ଛୁଇଁଲା

0

ରାୟଗଡା,୧୭ ।୭(Rabindra patkhandal) :  ରାୟଗଡା ଜିଲ୍ଲାରେ ପୁଣି ୧୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ୧୮୮କୁ ଛୁଇଁଲା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଥିବା ବେଳେ ୪ ଜଣ ମହିଳା ଅଛନ୍ତି । ରାୟଗଡା ସହରରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ସହରରୁ ୯ ଜଣ ଟିହ୍ନଟ ହୋଇଥିବା ବେଳେ ଗୁଣପୁର ସିରିଝୋଲି ପଞ୍ଚାୟତ ଅନ୍ତର୍ଗତ ଚିନ୍ତାଲପେଟା ଗ୍ରାମରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖା ୧୮୮ରେ ପହଞ୍ଚିଥିବାବେଳେ ୧୨୬ ଜଣ ସୁସ୍ଥ ହୋଇଛନ୍ତି । କରୋନା ଆକ୍ରାନ୍ତରେ ଜିଲ୍ଲାରୁ ଜଣେ ମାତ୍ର ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କୁ ଜେ.କେ.ପୁର ସ୍ଥିତ କୋଭିଡ ହସ୍ପିଟାଲ, ଗୁଣପୁର କୋଭିଡ କେୟାର ସେଣ୍ଟର ଏବଂ ବିଷମକଟକ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା କରାଯାଉଛି ।

କରୋନା ଆକ୍ରାନ୍ତ ହୋଇଥିବା ଅଞ୍ଚଳ ଗୁଡିକୁ ପ୍ରଶାସନ ତରଫରୁ ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ଗତ ୧୦ ତାରିଖ ଦିନ ରାୟଗଡା ଜିଲ୍ଲାରୁ ୨୭୩ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ନିମନ୍ତେ ଭୂବନେଶ୍ୱର ଆରଏମଆରସିକୁ ପଠାଯାଇଥିଲା । ସେଥି ମଧ୍ୟରୁ ୧୩ କରୋନା ପଜିଟିଭ ଆସିଥିଲା । ସେହିପରି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ସ୍ୱାବ ନମୁନା ପରୀକ୍ଷା ବେଳେ ୬ ଜଣଙ୍କର ପଜିଟିଭ ଆସିଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

ରାୟଗଡା ଜିଲ୍ଲାପାଳ ଶ୍ରୀବେହେରା ସରକାରଙ୍କ ତରଫରୁ ଜାରୀ କରାଯାଇଥିବା କୋଭିଡ ୧୯ ନିୟମକୁ କଡାକଡି ଭାବେ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ହାତ ସଫା କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ସୁଦ୍ଧା ଅମାନିଆଙ୍କ ଯୋଗୁଁ କରୋନା ସଂକ୍ରମଣ ଜିଲ୍ଲାରେ ଧୀରେ ଧୀରେ ବଢିବାରେ ଲାଗିଛି । ତେବେ ଏହି ଅମାନିଆଙ୍କୁ ସାବାଡ଼ କରିବା ସହ ସେମାନଙ୍କ ନାମରେ ମାମଲା ରୁଜ୍ଜୁ କରିବାକୁ ସ୍ୱେଚ୍ଚାସେବୀ ବାଦଲ କୁମାର ତା କହିଛନ୍ତି ।

Leave A Reply