‘ଏୟାର ଇଣ୍ଡିଆ ୱାନ’ ଆଜି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ : ଆମେରିକାର ରାଷ୍ଟ୍ରପତିଙ୍କ ‘ଏୟାର ଫୋର୍ସ ୱାନ’ ସମକକ୍ଷ ଏହି ବିମାନର ସ୍ୱତନ୍ତ୍ରତା ବିଷୟରେ ଜାଣିବା
ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବ୍ୟବହାର ପାଇଁ ଆମେରିକାରୁ ଆସୁଥିବା VVIP ବିମାନ ‘ଏୟାର ଇଣ୍ଡିଆ ୱାନ’ ଆଜି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲ୍ୟାଣ୍ଡ କରିବ ବୋଲି ଜଣାପଡିଛି । ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ କୌଣସି ଗସ୍ତ ସମୟରେ ବ୍ୟବହାର କରାଯିବା ପାଇଁ ଆମେରିକାରୁ ଆସୁଥିବା ବୋଇଙ୍ଗ -୭୭୭ ‘ଏୟାର ଇଣ୍ଡିଆ ୱାନ’ ବିମାନ ଆମେରିକାର ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ପାଇଁ ବ୍ୟବହାର କରାଯାଉଥିବା ‘ଏୟାର ଫୋର୍ସ ୱାନ’ ସମକକ୍ଷ ।
ଆଧୁନିକ ସୁରକ୍ଷା ବ୍ୟବସ୍ଥା ସହ ସଜ୍ଜିତ ଏହି ବିମାନରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଗସ୍ତ ପାଇଁ ବ୍ୟବହାର କରାଯିବ । ଏହି ବିମାନର ନାମ ‘ଏୟାର ଇଣ୍ଡିଆ ୱାନ୍’ ରଖାଯାଇଛି। ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଭାରତ ଆମେରିକାଠାରୁ ଦୁଇଟି ବୋଇଙ୍ଗ -୭୭୭ ବିମାନ କିଣିଛି। ଏହି ଦୁଇଟି ବିମାନର ମୂଲ୍ୟ ୮୪୫୮ କୋଟି ଟଙ୍କା ବୋଲି ଜଣାପଡିଛି । ଏହି ବିମାନରୁ ଗୋଟିଏ ଆଜି ଭାରତରେ ପହଞ୍ଚିବ ।
ସୂଚନାଅନୁସାରେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଭାରତର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ପାଇଁ ଆମେରିକାରୁ ଦୁଇଟି ବୋଇଙ୍ଗ -୭୭୭ ବିମାନ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଆମେରିକାରେ ନିର୍ମିତ ଏହି ବିମାନକୁ ଏକ ଅବିଶ୍ୱସନୀୟ ବାୟୁ ଦୁର୍ଗରେ ପରିଣତ ହୋଇଛି । ଏହି ବିମାନକୁ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ବ୍ୟବହାର କରାଯାଉଥିବା ‘ଏୟାର ଫୋର୍ସ ୱାନ’ ଭଳି ଶକ୍ତିଶାଳୀ ବିମାନରେ ପରିଣତ କରାଯାଇଛି। ଯାହା ସମସ୍ତ ପ୍ରକାର ଅତ୍ୟାଧୁନିକ ସୁରକ୍ଷା ପ୍ରଣାଳୀର ସମକକ୍ଷ । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କୌଣସି ସ୍ଥାନକୁ ଯାଉଥିଲେ ତାଙ୍କ ବିମାନ ଉଡାଇବା ଦାୟିତ୍ଵ ଏୟାର ଇଣ୍ଡିଆ ପାଖରେ ଥିଲା କିନ୍ତୁ ଏହି ବିମାନ ଭାରତ ଆସିବା ପରେ ଏହି ବିମାନ ଚଳାଇବା ଦାୟିତ୍ଵ ଏୟାର ଇଣ୍ଡିଆ ପରିବର୍ତ୍ତେ ଭାରତୀୟ ବାୟୁସେନାକୁ ଦିଆଯିବ ବୋଲି ଜଣାପଡିଛି ।
‘ଏୟାର ଇଣ୍ଡିଆ ୱାନ୍’ର କଣ ରହିଛି ବିଶେଷତ୍ବ…
- ଏହି ବିମାନରେ ଖଞ୍ଜା ଯାଇଥିବା ସେନ୍ସର ଖୁବ୍ ଶକ୍ତିଶାଳୀ ଅଟେ। ଏହା କୌଣସି ମିଜାଇଲ ଆଟାକ୍ ହେବାପୂର୍ବରୁ ସୂଚନା ପାଇଯାଏ। ଖଞ୍ଜା ଯାଇଥିବା ସେନ୍ସରମାନେ ପାଇଲଟଙ୍କୁ କ୍ଷେପଣାସ୍ତ୍ର ଉପରେ ଆକ୍ରମଣ କରିବାରେ ସାହାଯ୍ୟ କରନ୍ତି।
- ବୈଦ୍ୟୁତିକ ଯୁଦ୍ଧ ଜାମର୍ ଖଞ୍ଜା ଯାଇଥିବା ଯୋଗୁ ଏହି ବିମାନ ଶତ୍ରୁର ଜିପିଏସ୍ ଏବଂ ଡ୍ରୋନ୍ ସିଗ୍ନାଲ୍ ରୋକିବା ପାଇଁ କାର୍ଯ୍ୟ କରେ ।
- ଏହି ବିମାନଟିରେ ଆଣ୍ଟି-ମିସାଇଲ୍ ସିଷ୍ଟମ୍ ଖଞ୍ଜା ଯାଇଛି। ଯାହା ବିମାନକୁ ଇନଫ୍ରାଡ୍ କ୍ଷେପଣାସ୍ତ୍ର ଆକ୍ରମଣରୁ ରକ୍ଷା କରିଥାଏ।
- ମିରର୍ ବଲ୍ ସିଷ୍ଟମ୍ ଡେଣାରେ ଥିବା ଏହି ଟେକ୍ନୋଲୋଜି ବିମାନକୁ ଇନଫ୍ରାଡ୍ କ୍ଷେପଣାସ୍ତ୍ରରୁ ରକ୍ଷା କରିଥାଏ।
- ଏହି ବିମାନରେ ଯେଉଁସବୁ ଇଲୋକଟ୍ରୋନିକ ଉପକରଣ ବ୍ୟବହାର କରାଯାଇଛି ସେଥିରେ ବିଦ୍ୟୁତ ଚୁମ୍ବକୀୟ କମ୍ପନର କୌଣସି ପ୍ରଭାବ ପଡିନଥାଏ।
- ସୁରକ୍ଷିତ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା: ବିମାନଟି ଚାଫ୍ ଏବଂ ଫ୍ଲେୟାର୍ ସିଷ୍ଟମ୍ ସହିତ ସଜ୍ଜିତ ହୋଇଛି । ଯାତ୍ରା ସମୟରେ କୌଣସି ଆପତଃକାଳୀନ ପରିସ୍ଥିତି ଉପୁଜିଲେ ପ୍ରଧାନମନ୍ତ୍ରୀ ବିମାନ ଉଡାଣ ସମୟରେ ମଧ୍ୟ ସେନା ଅଧିକାରୀମାନଙ୍କୁ କମାଣ୍ଡ ଦେଇ ପାରିବେ।
- ଏହି ବିମାନ କ୍ଷେପଣାସ୍ତ୍ରକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଆଲୋକିତ ଅଗ୍ନି ଛାଡିଥାଏ । ସେମାନଙ୍କର ତାପମାତ୍ରା ଜେଟ୍ ଇଞ୍ଜିନର ଅଗ୍ରଭାଗ କିମ୍ବା ନିଷ୍କାସନଠାରୁ ୨,୦୦ ଡିଗ୍ରୀ ଫାରେନ୍ହାଇଟ୍ ଅଧିକ
- ଏହି ‘ଏୟାର ଇଣ୍ଡିଆ ୱାନ୍’ ବିମାନଟିରେ ଆଧୁନିକ ଏବଂ ସୁରକ୍ଷିତ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା ଖଞ୍ଜା ଯାଇଛି। ଯାହା ବିମାନକୁ ଖୁବ୍ ଶକ୍ତିଶାଳୀରେ ପରିଣତ କରିଛି।
- ଏହି ବିମାନଟିରେ ବାୟୁରେ ଇନ୍ଧନ ଭରିବାର ସୁବିଧା ରହିଛି। ଏହି ବିମାନ ଥରେ ଇନ୍ଧନ ଭରିଲେ ୧୭ ଘଣ୍ଟା ଯାଏଁ ନିରନ୍ତର ଉଡିପାରେ।
