Odisha news

ବିଜେଡି ଯୁବଛାତ୍ର ସଂଗଠନ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର

0

କେନ୍ଦ୍ରାପଡା ୧/୧୦(Rabindra Dash) :- ବିଜେଡି ଯୁବଛାତ୍ର ସଂଗଠନ ଆନୁକୁଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ସ୍ୱେଛାକୃତ ରକ୍ତଦାନ ଶିବିରରେ ୪୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

ଏହି ରକ୍ତଦାନ ଶିବିରକୁ ଛାତ୍ରନେତା ଦେବଜ୍ୟୋତି ରଥ, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁ, ଶିବାନୀଶଙ୍କର ନାୟକ, ସମିତି ସଭ୍ୟ ହେମନ୍ତ କୁମାର ବିଶ୍ୱାଳ, ଶାରଦା ପ୍ରସନ୍ନ ରାଉତ, ଲିପୁନ ମହାନ୍ତି, ଦେବାଶିଷ ମହାନ୍ତି, ଅମୁଲ୍ୟ ମନ୍ତ୍ରି, କାହ୍ନୁ ଚରଣ ବାରିକ, ଚନ୍ଦନ କୁମାର ରାଉତ, ଜୟ ପ୍ରକାଶ ମନ୍ତ୍ରି, ଲକ୍ଷ୍ମୀଧର ମହାନ୍ତି, ଶ୍ରୀନିବାସ ମହାନ୍ତି, ଗୋପିନାଥ ଦାସ, ରାକେଶ କୁମାର ଜେନା, ଦିପ୍ତିରଞ୍ଜନ ମଳିକ, ପଦ୍ମଲୋଚନ ସେଠୀ, ଅମିତାଭ ରାଜପ୍ରକାଶ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

Nalco
Leave A Reply