Odisha news

ଅନଲାଇନ ଗେମ ନାମରେ ଜମାଖାତାରୁ ଟଙ୍କା ଗାୟବ

0

ଖୋର୍ଦ୍ଧା,୧/୧୦: ଇଂଟରନେଟ ଯୋଗେ ଗ୍ରାହକ ଙ୍କ ଜମାଖାତାରୁ କାଢି ନିଆଯାଉଛି ଜମା ଅର୍ଥ । ଏହିଭଳି ଦେଖିବାକୁ ମିଳିଛି ଖୋର୍ଦ୍ଧା ସହରର ମୁଖ୍ୟଶାଖା ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ଏକାଧିକ ଗ୍ରାହକଙ୍କ ଜମାଖାତାରୁ ଟଙ୍କା ଗାୟବ ହେବାର । ୨୬ ତାରିଖ ଥିଲା ଶନିବାର ବ୍ୟାଙ୍କ କାର୍ଯ୍ୟ ସରିଲା ପରେ ରାତିରେ ଏକାଧିକ ଗ୍ରାହକଙ୍କ ଜମାଖାତାରୁ ଅଚାନକ ଡ୍ରିମ୍ ୧୧ ଅନଲାଇନ୍ ଖେଳ ନାମରେ ପ୍ରଥମେ ୫୦୦୦-୫୦୦୦ପାଂଚ-ପାଂଚ ହଜାର ଟଙ୍କା ଲେଖାଏ କଟିବାକୁ ଲାଗିଲା । ଗ୍ରାହକ ଏସବୁ କଣ ବୁଝିବାକୁ ଚେଷ୍ଟା କରନ୍ତେ କି ରବିବାର ସକାଳକୁ ସକାଳୁ ଆହୁରି ୫୦୦୦-୫୦୦୦ପାଂଚ-ପାଂଚ ହଜାର ଟଙ୍କା ଲେଖାଏ ଜମାଖାତାରୁ ଟଙ୍କା ଗାୟବ ହେବାକୁ ଲାଗିଲା ।

ପରଦିନ ସୋମବାର ଏସବୁ କଣ ହୋଇଚାଲିଛି, ଜମାଖାତାରୁ ଟଙ୍କା କିଏ ଟାଣିନେଉଛି, ପଚରା-ଉଚରା ପାଇଁ ଗ୍ରାହକମାନେ ଖୋର୍ଦ୍ଧା ମୁଖ୍ୟଶାଖା ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଧାଇଁ ଆସିଥିଲେ । ବ୍ୟାଙ୍କ ସାମନାରେ ଲାଇନରେ ଛିଡ଼ା ହେବା ସମୟରେ ମୋବାଇଲରେ ମେସେଜ୍ ଆସୁଛି କି ଆଉ ଯେତିକି ବାଲାନ୍ସ ଥିଲା, ସେ ସବୁ ବି କଟିଗଲା । ବ୍ୟାଙ୍କ ମ୍ୟାନେଜରକୁ ଭେଟି ସବୁ ଖବର କହିବା ପରେ ମ୍ୟାନେଜର ଆଶ୍ୱାସନା ଦେଲେ କି ଆପଣମାନେ ଲିଖିତ ଅଭିଯୋଗ ଦିଅନ୍ତୁ, ଆମେ ଯାଂଚ କରିବୁ ଏବଂ ଆପଣଙ୍କ ମୋବାଇଲକୁ ମେସେଜ୍ କରିଦେବୁ ।

ଯଦି ସମ୍ଭବ ହୁଅ ତ ଟଙ୍କା ଫେରସ୍ତ କରାଯିବାର କାର୍ଯ୍ୟ ମଧ୍ୟ କରିନେବୁ । ଅଭିଯୋଗ ଦେବା ଦିନକ ପରେ ମୋବାଇଲରେ ବ୍ୟାଙ୍କରୁ ମେସେଜ୍ ଆସିଲା କି ତୁମ ଅଭିଯୋଗ ନଂ…..କୁ ଆମ୍ଭେ ଜାଂଚ କଲୁ, ଆପଣ ଯେଉଁ ବେପାରୀଙ୍କ ସହ ଟ୍ରାଂଜେକସନ କରିଥିଲେ, ତାହା ସଫଳ ହୋଇଛି, ଯଦି ଆପଣ ଏବାବଦରେ ଅଧିକା କିଛି ଜାଣିବାକୁ ଚାହଁନ୍ତି ତେବେ ତୁମ ବେପାରୀଙ୍କ ସହ ଯୋଗାଯୋଗ କରିନିଅନ୍ତୁ । ଏତଦ୍ ବ୍ୟତୀତ ବ୍ୟାଙ୍କ କର୍ତୁପକ୍ଷ ଆଉ କୌଣସି ପ୍ରକାରର ସହଯୋଗ ଓ ସହାୟତା କରିବାକୁ ଇଚ୍ଛା ପ୍ରକଟ କରି ନଥିଲେ ।

ପ୍ରକାଶ ଥାଉ କି ଗ୍ରାହକ ବଶିର ମହମ୍ମଦ(କେରଙ୍ଗ) ଏବଂ ଫଜଲ ହକ ଖାଁ(ଭୁବନେଶ୍ୱର) କହିବା ଅନୁଯାୟୀ ନା ତ ସେମାନେ ଏ ଖେଳ ସମ୍ପର୍କରେ କୌଣସି ଜାଣନ୍ତି, ନା ହିଁ ମୋବାଇଲରେ ଏପରି କୌଣସି ଅଯଥା ଖେଳ ବିଷୟରେ ଅବଗତ ଅଛନ୍ତି । କିନ୍ତୁ ଏପରି ଠକାମି ଭିଆଉଥିବା ବ୍ୟକ୍ତିମାନେ ସମୟ, ପରିସ୍ଥିତି ଏବଂ ଦୁର୍ବଳ ଗ୍ରାହକଙ୍କୁ ଦେଖି ଅନ୍ଲାଇନ ମାଧ୍ୟମରେ ଜମାଖାତାରୁ ଟଙ୍କା ଗାୟବ କରିନେଉଛନ୍ତି । ଏବେ ପ୍ରଶ୍ନ ଉଠୁଛି କି ଜମାଖାତାରୁ ଗ୍ରାହକଙ୍କ ବିନା ଅନୁମତି ଓ ଅବଗତରେ ଟଙ୍କା ଗାୟବ ହେଉଛି କିପରି ?

ଏକା ତାରିଖରେ, ଏକା ସମୟରେ ଏବଂ ଏକା ଶାଖାରୁ ଏପରି ଏକାଧିକ ଜମା ଖାତାରୁ ଟଙ୍କା ଗାୟବ କରୁଛି କିଏ ? ବ୍ୟାଙ୍କ କର୍ତୁପକ୍ଷ କାହିଁକି ନିଜ ଦାୟିତ୍ୱକୁ ଅନ୍ୟ ଉପରେ ପକାଇ ଖସିବାକୁ ଚାହୁଁଛନ୍ତି । ଏବେ ଗ୍ରାହକମାନଙ୍କ ଜମାରାଷିକୁ ସୁରକ୍ଷା ଦେବ କିଏ ? ଏପରି ଅନେକ ପ୍ରଶ୍ନବାଚୀ କଥା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିପ୍ରତି ଆଗାମୀ ଦିନରେ ସତର୍କତା ଓ ସଚେତନତା ସୃଷ୍ଟି ନ କରାଗଲେ ଦୁର୍ବୁତମାନେ ଏପରି ଆଉ ଅନେକ ଗ୍ରାହକଙ୍କ ଜମା ରାଷିକୁ ସଫାଚଟ କରି ନେବାକୁ ଆଦୌଁ ପଛଘୁଂଚା ଦେବେ ନାହିଁ । ଏବଂ ଯେଉଁ ଗ୍ରାହକମାନଙ୍କର ଏଭଳି ରାଷି ଜମାଖାତାରୁ ଗାୟବ ହୋଇଛି, ସେମାନଙ୍କ ଖାତାକୁ ଟଙ୍କା ଶୀଘ୍ର ଫେରସ୍ତ କରାଯାଉ ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି

Nalco
Leave A Reply