ଖୋର୍ଦ୍ଧା,୧/୧୦: ଫିଟ ଇଣ୍ଡିଆ ଫ୍ରିଡମ ଭାରତ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ । ସବୁ ବର୍ଗର ଲୋକ କିପରି ସୁସ୍ଥ ରହିବେ ତାହା ହେଉଛି ଏହି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ । ଏହା ଅଗଷ୍ଟ ୧୫ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ହେଉଚି । ଓଡିଶା ସରକାରଙ୍କ ନିଦେ୍ର୍ଦଶକ୍ରମେ ଆବାଳବୃଦ୍ଧବନିତା ସମସ୍ତେ କିପରି ସୁସ୍ଥ ରହିବେ ସେଥିପାଇଁ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ।
ଜିଲ୍ଲା ପ୍ରଶାସନ ଏବଂ କ୍ରୀଡା ଓ ଯୁବବ୍ୟାପାର ବିଭାଗ ତରଫରୁ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏଥିରେ ଜିଲ୍ଲାପାଳ ଖୋର୍ଦ୍ଧା ସନତ ମହାନ୍ତି, ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂହସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଅଶୋକ ବେହୁରିଆ, ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇଥିଲେ
