Odisha news

ପିପିଲିରେ ରସଗୋଲା ଦିବସ ପାଳିତ

0

ପିପିଲି- ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରଥମକରି ପିପିଲିରେ ରସଗୋଲା ଦିବସ ପାଳନ କରିଛି। ଏହି ଅବସରରେ ପିପିଲି ବାଇପାସସ୍ଥିତ ତରାକାଜ ଓଭରବ୍ରିଜ ନିକଟରେ ରସଗୋଲା ଦିବସ ପାଳନ କରାଯାଇଛି ।ଏଥିରେ ମୁଖ୍ଯ ଅତିଥିଭାବରେ କୃଷି ବୈଜ୍ଞାନିକ ପ୍ରମୋଦ କିଶୋର ପଣ୍ଡା,ସମ୍ମାନିତ ଅତିଥିଭାବେ ପରିଷଦର ମୁଖ୍ଯ ଉପଦେଷ୍ଠା ଲେଫ୍ଟନାଣ୍ଟ ଜେନରାଲ ନାରାୟଣ ମହାନ୍ତି,ପାହଳ ରସଗୋଲା ସଂଘ ସଭାପତି ଅକ୍ଷୟ ଲେଙ୍କା,ସମ୍ପାଦକ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ରସଗୋଲା ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ପରମ୍ପରାର ପରିଚୟ ବୋଲି ଅତିଥିମାନେ ଆଲୋକପାତ କରିଥିଲେ । ରସଗୋଲା ଦିବସ ପାଳନ ଅବସରରେ ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ ପରେ ଅତିଥି ପରିଚୟ ପ୍ରଦାନ କରିଥିଲେ ପରିଷଦ ର ସଂଗଠନ ସମ୍ପାଦକ ଦିନବନ୍ଧୁ ବେହୁରା ।ସେହିପରି ରସଗୋଲା ଦିବସ ପାଳନ ର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ ପରିଷଦ ସମ୍ପାଦକ ରମେଶ ଚନ୍ଦ୍ର ମହାପାତ୍ର । ହେମନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ବରିଷ୍ଠ ରସଗୋଲା ବ୍ଯବସାୟୀ ମାନଙ୍କୁ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ରମେଶଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ  ।

Nalco
Leave A Reply