Odisha news

ବିଷାକ୍ତ ସର୍ପା ଘାତରେ ଭାଇ,ଭଉଣୀ ମୃତ.

0
ଢ଼େଙ୍କିକୋଟ  : ଘଟଗାଁ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମପଞ୍ଚାୟତ ର ବଣ ଚକୁଳିଆ ଗ୍ରାମରେ ଗତକାଲି ରାତିରେ ଘଟିଯାଇଛି ଏକ ଅଭାବନୀୟ ଦୁ&ଖଦ ଘଟଣା l ଯାହାକି ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି l ଜନ୍ମ କରା ବାପା ମାଆ ପାଗିଳ ପରିକା ହେଉଛନ୍ତି l ଖବର୍ ନେବାରୁ ଜଣାଯାଏ ଯେ ଉକ୍ତ ଗ୍ରାମର ନବିନ ମୁଣ୍ଡା ତା ସ୍ତ୍ରୀ ଓ ଦୁଇ ପୁଅ ଝିଅ ସହିତ ରାତିରେ ଖାଇପିଇ ତଳେ ଶୋଇଥିଲେ l ତେବେ  ଏକ ବିଷାକ୍ତ ସର୍ପ ତାଂକ ଝିଅ ଝିଙ୍ଗି ମୁଣ୍ଡା ( ୧୨)ଓ ପୁଅ ନବିନ ମୁଣ୍ଡା ( ୯ ) କୁ କାମୁଡି ଦେଇଥିଲା l  କିନ୍ତୁ ଦୁଖର କଥା ଭାଇ ଓ ଭଉଣୀ ଦୁହେଁ ଜାଣିପାରି ନଥିଲେ l ସକାଳେ ବିଷ ଜ୍ୱାଳାରେ ସେ ଗୁରୁତ୍ୱର ହେବାରୁ ଭାଇ. ଭଉଣୀ କୁ ଘଟଗାଁ ଗୋଷ୍ଠୀ କେନ୍ଦ୍ରରେ ଭର୍ତି କରାଯାଇଥିଲା l ତେବେ ସେଠlରେ ଝିଙ୍ଗି ର ମୃତ୍ୟୁ ହୋଇଯାଇଥିଲା l ପରେ ପରେ ନବୀନ କୁ ଗୁରୁତ୍ୱର ଅବସ୍ତାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖlନାକୁ ନିଆଯାଇଥିଲା l ହେଲେ ନିୟତୀ ର କି ନିଷ୍ଠୁର ନିତି ନବିନ ର ଦିନ ୧୧ ଟା ବେଳେ ମୃତ୍ୟୁ ହୋଇଯାଇଥିଲା l ଏହିପରି ଦୁ&ଖ କୋଉ ଜନ୍ମକରା ବାପା ମାଆ ସହି ପାରିବେ l ବର୍ତମାନ ସେମାନେ ପାଗିଳ ପରିକା ହେଉଛନ୍ତି l ଖବର ପାଇ ଘଟଗାଁ ଥାନା ସବ୍ ଇନ୍ସପେକ୍ଟର ତପନ କୁମାର ଜେନା ଓ ଢ଼େଙ୍କିକୋଟ ଫାଣ୍ଡି ଏ. ଏସ. ଆଈ. ସୁରଥ ଦେହୁରି   ଘଟଣାସ୍ତଳକୁଯାଇ ଶବକୁ ଜବତକରି ପୋସ୍ଟ ମୋଟମ କରାଇଛନ୍ତି l ଝିଅଟି ର ପୋସ୍ଟ ମୋଟମ ସ୍ବାମ ପାଟଣା ରେ ସବ୍ ଇନ୍ସପେକ୍ଟର ତପନ ଜେନା କରାଇଛନ୍ତି ଓ ପୁଅ ଟି ର ପୋସ୍ଟ ମୋଟମ ଫାଣ୍ଡିର ଏ. ଏସ. ଆଈ କେନ୍ଦୁଝରଠାରେ କରାଇଛନ୍ତି l
Nalco
Leave A Reply