Odisha news

ବିଧାୟକ ଙ୍କ ଦ୍ଵାରା ମୋ ବସ ସେବା ଉଦ୍ ଘାଟିତ                       

0

ବାଲିପାଟଣା ୦୧/୦୭ : ଦିର୍ଘ ଦିନର ଦାବି ପରେ ଜୁଲାଇ ୦୧ ତାରିଖ  ଠାରୁ ରାଜଧାନୀ ଭୁବନେଶ୍ଵର ଠାରୁ ରଙ୍ଗ ବଜାର ,ଖମଙ୍ଗ , କାକରୁ ଦ୍ରପୁର ଦେଇ ଜୟଦେବପିଠ କୁ ମୋ ବସ ସେବା ଆରମ୍ଭ ହୋଇଛି । ସେଥିପାଇଁ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢ଼ାଲୀ ଖମଙ୍ଗ ଛକରେ ପହଞ୍ଚି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀଫଳ ବାଡେଇ ଅନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ସେ ତାଙ୍କ ବିବୃତିରେ ଦର୍ଶାଇଥିଲେ ଯେ ଏହି ଅଞ୍ଚଳର ଜନସାଧାରଣ ଙ୍କ ଦାବି ନେଇ କ୍ରୁଟୁ ର ଅଧ୍ୟକ୍ଷ ଙ୍କୁ ଅନୁରୋଧ କରିଥିଲେ । ବିଧାୟକ ଙ୍କ ଅନୁରୋଧ କୁ ରକ୍ଷାକରି  କ୍ରୁଟୁ ମାଷ୍ଟରକ୍ୟାଣ୍ଟିନ ଠାରୁ ୪୫ ନମ୍ବର ରୁଟୁ ବସ ବାହାରି କଳ୍ପନା .ରବିଟକିଜ , ସାଇ ମନ୍ଦିର , ରଙ୍ଗ ବଜାର ,ଗମଙ୍ଗ , ଦେଇ ଜୟଦେବ ପିଠ ରେ ପହଁଚିବ । ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେଡି ନେତା ଦୁର୍ଗାନଦନ ମିଶ୍ର , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଭାଗ୍ୟ ଲକ୍ଷ୍ମୀ ମିଶ୍ର , ସୁଶିଲ ଲଲା .ସ୍ଥାନୀୟ ସରପଞ୍ଚ , ସମିତିସଭ୍ୟା , ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ମୋ ବସ ସେବା ଆରମ୍ଭ ହୋଇଥିବାରୁ ଅଞ୍ଚଳବାସି ବିଧାୟକ ଡଃ ଢାଲୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Nalco
Leave A Reply