ପିପିଲି:ପୁରୀ ଜିଲାର ପ୍ରଥମ କରୋନା ରୋଗୀ ପିପିଲି ବ୍ଲକର ଦାନୋଗହୀର ଗ୍ରାମରେ ଚିହ୍ନଟ ହେବା ପରେ ସମଗ୍ର ଦାନୋଗହୀର ଅଞ୍ଚଳକୁ ଗତ ଶନିବାର ଠାରୁ ପ୍ରଶାସନ ପକ୍ଷରୁ ୧୧ଦିନ ପାଇଁ ସଟ୍ଡାଉନ ଘୋଷଣା କରାଯାଇଛି । ପୁଲିସ ଓ ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳରେ ଲକ୍ଡାଉନ କଟକଣାକୁ ଅତି କଡାକଡି ଭାବେ ପାଳନ କରାଯାଉଥିବା ବେଳେ ପିପିଲି ପୁଲିସ ପକ୍ଷରୁ ଆଜି ଉକ୍ତ ଦାନୋଗହୀର ଗ୍ରାମରେ ବିସ୍କୁଟ, ସାନିଟାଇଜର ଓ ପାଣିବୋତଲ ବଣ୍ଟନ କରାଯାଇଥିଲା । ଆଇଆଇସି ଶରତ କୁମାର ସାହୁ, ଏଏସ୍ଆଇ ରବିନ୍ଦ୍ର କୁମାର ନାୟକ, ଏଲ୍ସି ଗଙ୍ଗାଧର ପ୍ରଧାନ ପ୍ରମୁଖ ଦାନୋଗହୀର ଗ୍ରାମର ବିଭିନ୍ନ ସାହି ବସ୍ତିର ଶିଶୁ, ବୟସ୍କ ପୁରୁଷ, ମହିଳା, ରୋଗୀଙ୍କୁ ଘରକୁ ଘର ବୁଲି ବିସ୍କୁଟ୍, ସାନିଟାଇଜର ଓ ପାଣିବୋତଲ ବଣ୍ଟନ କରିଥିଲେ । ସର୍ବଦା ଘରେ ରହିବାକୁ ସମସ୍ତଙ୍କୁ ଆଇଆଇସି ଶ୍ରୀସାହୁ ପରାମର୍ଶ ଦେବା ସହ ମୁହଁରେ ସର୍ବଦା ମାସ୍କ ବ୍ୟବହାର କରିବାକୁ କହିଥିଲେ । ଗ୍ରାମର ଜଣେ ବୟସ୍କ ରୋଗୀଙ୍କ ନିମନ୍ତେ ଶ୍ରୀସାହୁ ନିଜେ ଓøଷଧ ମଗାଇ ତାଙ୍କୁ ପ୍ରଦାନ କରିବା ସହ ସର୍ବଦା ପୁଲିସକୁ ସହଯୋଗ କରିବା ଓ ପୁଲିସର ସହଯୋଗ ନେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜରୁରୀ ସମୟରେ ଲୋକେ ପୁଲିସର ସଂପୂର୍ଣ୍ଣ ସହଯୋଗ ନେଇପାରିବେ ବୋଲି ସେ ସମସ୍ତଙ୍କୁ ସୂଚନା ଦେବା ସହ ଯୋଗଯୋଗ ପାଇଁ ସେ କେତେକ ମୋବାଇଲ ନମ୍ବରକୁ ଗ୍ରାମବାସୀଙ୍କୁ ପ୍ରଦାନ କରିଥିଲେ ।
ଫଟୋ ଆଟାଚ ଅଛି ।