Odisha news

ନୟାଗଡ ରୋଟାରୀ କ୍ଲବ୍ ତରଫରୁ ରଣପୁର ସବ୍ଜେଲ୍ ରେ ମାସ୍କ ବଣ୍ଟନ

0

ରଣପୁର -ରାଜ୍ୟ ଓ କେନ୍ଦ୍ରରେ କରୋନା ମହାମାରୀକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଉଦ୍ୟମ ଚାଲିଥିବା ବେଳେ ବିଭିନ୍ନ ସାମାଜିକ ସଙ୍ଗଠନ ମଧ୍ୟ ସଚେତନତା ପାଇଁ ଆଗେଇ ଆସିଥିବା ଜଣା ପଡିଛି । ନୟାଗଡ ଜିଲ୍ଲା ରୋଟାରୀ କ୍ଲବ୍ ସଂଯୋଜକ ପ୍ରମୋଦ ପଟ୍ଟନାୟକଙ୍କ ଉଦ୍ୟମରେ ରଣପୁର ସବ୍ଜେଲ୍ ରେ ଥିବା ଅନ୍ତେବାସୀ ମାନଙ୍କୁ ମାସ୍କ ବଣ୍ଟନ ଓ ହାତଧୁଆ ସାବୁନ୍ ବଣ୍ଟନ ଏପ୍ରିଲ୍ ୭ ତାରିଖରେ କରାଯାଇଥିବା ଜଣା ପଡିଛି । ରୋଟାରୀ କ୍ଲବ୍ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ସାମ୍ବାଦିକ ୟୁନିଅନ୍ ର କାର୍ଯ୍ୟକାରିଣୀ ସଦସ୍ୟ ଆଚାର୍ଯ୍ୟ ବିଶ୍ୱରଂଜନ ଏହି ମାସ୍କ ବଣ୍ଟନ କରିଥିଲେ । ବଣ୍ଟନ ସମୟରେ ରଣପୁର ସବ୍ଜେଲ୍ ର ସୁପରିଟେଣ୍ଡେଟ ବାବୁଲି ବାରିକ ଓ ୱାର୍ଡର ଶସାଙ୍କ ଶେଖର ବେହେରା ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ଆଚାର୍ଯ୍ୟ ଜେଲ୍ ଭିତରେ ଥିବା ୩୬ଜଣ ବିଚାରଧିନ ବନ୍ଦୀ ଓ ୮ଜଣ ବନ୍ଦୀଙ୍କୁ କରୋନା ସଚେତନତା ସମ୍ପର୍କରେ ମାସ୍କ ପିନ୍ଧିବା ଏବଂ ଦିଆଯାଇଥିବା ଡେଟଲ୍ ସାବୁନ୍ ରେ ହାତ ମୁହଁ ଧୋଇବା ଆଦି ସମ୍ପର୍କରେ ବୁଝାଇଥିଲେ । ଯାହାଦ୍ୱାରାକି ଜେଲ୍ ଅନ୍ତେବାସୀମାନେ କରୋନା ସଂକ୍ରମଣରୁ ରକ୍ଷା ପାଇ ପାରିବେ । ଏହି ସଚେତନତା ଦ୍ୱାରା ନୟାଗଡ ରୋଟାରୀ କ୍ଲବ୍ ପ୍ରତି ଜେଲ୍ ଅନ୍ତେବାସୀ ଓ ସବ୍ଜେଲ୍ କର୍ତ୍ତୁପକ୍ଷ କୃତଜ୍ଞତା ଜ୍ଞାପନ କରିଥିବା ଜଣା ପଡିଛି । ସାମ୍ବାଦିକ କୃଷ୍ଣଚନ୍ଦ୍ର ଦାଶ ଓ ପ୍ରସନ୍ନ କୁମାର ସାମନ୍ତରାୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.