ଧର୍ମଶାଳା : କରୋନା ମୁକାବିଲା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଧର୍ମଶାଳା ମୁନସୀ ମିଲଣ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । କମିଟିର ସଭାପତି ତଥା ଥାନା ଅଧିକାରୀ ସରୋଜ କୁମାର ସାହୁ, ସମ୍ପାଦକ ଜଳଧର ମହାନ୍ତି,ସହ ସମ୍ପାଦକ ପ୍ରମୋଦ କୁମାର ଦାସ, ସଭ୍ୟ ଅଜୟ କୁମାର ନାୟକ, ସୁଦିପ୍ତ କୁମାର ସ୍ୱାଇଁ ଓ ଧନେଶ୍ୱର ସାହୁ ପ୍ରମୁଖ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ ।