ବୋଲଗଡ – କରୋନା ପ୍ରଭାବରେ ଲକ୍ ଡାଉନ୍ ଯୋଗୁଁ ବାହାରଅଞ୍ଚଳରୁ ଆସି ବୋଲଗଡ ଅଞ୍ଚଳରେ ଅଟକି ରହିଯାଇଥିବା ବହୁ ବୁଲା ବିକାଳି,ଫେରିବାଲା,ଶ୍ରମିକ ଓ ଅସହାୟ ବ୍ୟକ୍ତିମାନଙ୍କୁ ବୋଲଗଡ ବ୍ଲକ ପ୍ରଶାସନ ପକ୍ଷରୁ ଗତ ୭ଦିନ ଧରି ୮୨ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଆସନ୍ତା ୧୪ ତାରିଖ ତଥା ଲକ୍ ଡାଉନ୍ ଖୋଲିବା ପର୍ଯ୍ୟନ୍ତ ଦୁଇଓଳି ଭାତ ,ଡାଲମା ରନ୍ଧା ଖାଦ୍ୟ ଯୋଗାହେବ ବୋଲି ବୋଲଗଡ ବ୍ଲକ କରୋନା ସମ୍ପର୍କିତ ନୋଡାଲ ଅଫିସର ସୈାମ୍ୟରଞ୍ଜନ ରାୟଙ୍କ ଠାରୁ ପ୍ରକାଶ । ଏହି ଖାଦ୍ୟକୁ ବିଭିନ୍ନ ଗ୍ରାମରେ ଥିବା ସ୍ୱୟଂସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି । ସେଥି ମଧ୍ୟରୁ ଧଲାପଥର ପଞ୍ଚାୟତରେ ୧୫ଜଣ,ବାଙ୍କୋଇ ପଞ୍ଚାୟତରେ ୧୩ଜଣ,ଫାସିଓଦା ପଞ୍ଚାୟତରେ ୨୫ଜଣ,ଗୋପାଳପୁର ପଞ୍ଚାୟତରେ୧୮ଜଣ,ବୋଲଗଡ ପଞ୍ଚାୟତରେ ୧୧ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ଆହୁରି ଅନେକ ପଞ୍ଚାୟତରେ ଲୋକ ରହିଥିବାର ସୂଚନା ମିଳିଛି । କିନ୍ତୁ ସ୍ଥାନୀୟ ଲୋକପ୍ରଜ୍ଞତିନିଧି ଓ ସରକାରୀ ଅଧିକାରୀମାନେ ସଠିକ୍ ତଥ୍ୟ ଦେଇନଥିବାରୁ ଏହି ପାଇବାରୁ ବଞ୍ଚିତ ହେଉଛନ୍ତି ।