ପିପିଲି… ଜାତୀୟ ରାଜପଥ ଏବଂ ଜନ ଗହଳି ଭିତରୁ ମୋବାଇଲ ଲୁଟ୍ କରୁଥିବା ଗାଙ୍ଗ୍ ମଧ୍ୟରୁ ଦୁଇ ଲୁଟେରା ଙ୍କୁ ଗିରଫ କରିବା ରେ ପିପିଲି ପୁଲିସ ସଫଳ ହୋଇଛି. ପ୍ରକାଶ ଥାଉ କି ଅର୍ଜୁନ ଗଦା ଗ୍ରାମ ର ଜନୈକା ଛାତ୍ରୀ ଙ୍କ ଏତଲା ଅନୁସାରେ 316 ନମ୍ଵର୍ ଜାତୀୟ ରାଜପଥ ରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ଏକ ମୋଟର ସାଇକେଲ ରେ ଆସି ତାଙ୍କ ମୋବାଇଲ ଟିକୁ ଝାମ୍ପି ନେଇ ଥିଲେ. ଏହି ଏତଲା କୁ ଭିତି କରି ଏ ଏସ୍ ଆଇ ରମାକାନ୍ତ ସାହୁ ପିପିଲି ଥାନା କେଶ୍ ନମ୍ଵର୍ 20 /22 U/S 392, 34 IPC ରୁଜୁ କରି ଏତଲା ରେ ଥିବା ମୋଟର ସାଇକେଲ ନମ୍ବର କୁ ଭିତି କରି ଧଉଳି ଅଞ୍ଚଳ ରୁ କାହ୍ନୁ ଚରଣ ଭୋଇ ଏବଂ କୌସଲ୍ୟା ପୁର୍ ଗ୍ରାମ ର ହାପି ଭୋଇ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଉକ୍ତ ମୋଟର ସାଇକେଲ OD 02 BH 9715 ସମେତ ଛଅ ଗୋଟି ମୋବଇଲ୍ ଫୋନ୍ ଯବତ୍ କରି ସେ ଦୁହିଁଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି. I
