Odisha news

ପିପିଲିରେ ଡାକ୍ତର ନିଯୁକ୍ତି ଦାବିରରେ ଆମରଣ ଅନସନ

0

ପିପିଲି.୨୦/୧୦:ସବୁ୍ୟ- ପିପିଲି ଅଚଂଳର ୨୦ଟି ପଂଚାୟତର ଲୋକ ନିର୍ଭର କରୁଥିବା ପିପିଲି ସରକାରୀ ଡାକ୍ତରଖାନାରେ ଦିର୍ଘଦିନ ହେବ ଆବଶ୍ୟକିୟ ଡାକ୍ତର ନଥିବା, ଆବଶ୍ୟକିୟ ଉପକରଣ ନଥିବା ସ୍ୱଳ୍ପ ସମୟ ନିରାମୟ କେନ୍ଦ୍ର ଖୋଲିବା ଯୋଗୁ ଏଠିକାର ସ୍ୱାସ୍ଥ୍ୟ ସେବା ବିପର୍ଯସ୍ଥ ହୋଇପଡିଛି । ଏହାର ସ୍ଥାୟୀ ସମାଧାନ ଦାବିରେ ସ୍ଥାନୀୟ ଅଂଚଳର ବୁଦ୍ଧିଜିବି ଓ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ ।

ମାନେ ସୋମବାର ଠାରୁ ଡାକ୍ତରଖାନା ଫାଟକ ସମ୍ମୁଖରେ ଅନସନରେ ବସିଛନ୍ତି । ମହିଳା ବିକାଶ ମଂଚ ସଭାନତ୍ରେୀ ତିଳୋତମା ବାରିକ, ସମ୍ପାଦିକା ପ୍ରଣତୀ ପ୍ରଧାନ, ଜାତୀୟ ଦଳିତ ମହାସଂଘର ରାଜ୍ୟ ସଭାପତି ବିଜୟ ସେଠୀ, ମାନବାଧୀକାର କର୍ମୀ ଅନୁପ ପରିଡା, ସମାଜସେବୀ ପ୍ରବିର ହାଲ୍ଲଦା, ବିଶାଲ ବାରିକ, ସାମ୍ବାଦିକ ରାକେଶରୋସନ ମହାନ୍ତି ପ୍ରମୁଖ ଏହି ଅନସନରେ ଯୋଗଦେଇଛନ୍ତି ।

ମଙ୍ଗଳବାର ଦିନ ବିଜେପି ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ରାଜ୍ୟ ମହିଳା କଂଗ୍ରସ ସାଧାରଣ ସଂପାଦିକା ନିରୂପମା ପାତ୍ର, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ,ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ଉକ୍ରଳସାମ୍ବାଦିକ ରାଜ୍ୟ ସାଧାରଣ ସଂପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ, ପିପିଲି ବ୍ୟବସାୟୀ ସଂଘ ସଭାପତି ଅଶୋକ ଅଗ୍ରୱାଲଙ୍କ ସମେତ ବହୁ ବୁଦ୍ଧିଜିବୀ, ସାମ୍ବାଦିକ ଅନସନ ସ୍ଥଳରେ ପହଁଚି ସମର୍ଥନ ଜଣାଇଛନ୍ତି ।

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ସଂଜୁକ୍ତା ମିଶ୍ର , ପିପିଲି ମେଡିକାଲ ଅଫିସର ଜାମିନି ଭୁଶଣ ପଟ୍ଟନାୟକ, ଥାନା ଆଇଆଇସି ଗୌରାଙ୍ଗ ପୃଷ୍ଟି ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିଥଲେ ମଧ୍ୟ ତାହା ସଫଳ ହୋଇନଥିବା ଜାଣିବାକୁ ମିଳିଛି । ଦାବି ପୂରଣ ନହେବା ପର୍ଯନ୍ତ ଅନସନ ଜାରୀ ରହିବ ବୋଲି ଚେତାବନି ଦେଇଛନ୍ତି ଆନେ୍ଦାକାରୀଙ୍କ ।

IEC 2 years
Leave A Reply