Odisha news

ପିପିଲି ଶାରଳ ଗ୍ରାମରେ ଗୋଷ୍ଠି ସଂଘର୍ଷ, ୪ ବାଇକ ଓ କୁକୁଡା ଫାର୍ମ ଭଙ୍ଗାରୁଜା

0

ପିପିଲି.୨୦/୧୦:  ପିପିଲି ଥାନା ଲକ୍ଷ୍ମିନାରାୟଣପୁର ଥାନା ଅନ୍ତର୍ଗତ ସାରଳ ଗ୍ରାମରେ ସୋମବାର ରାତିରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିବାରୁ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ବ୍ୟାପକ ଭଙ୍ଗାରୁଜା ହୋଇଛି । ସୁଚନା ଅନୁସାରେ କେତେକ ଘଟଣାକୁ ନେଇ ଉକ୍ତ ଗ୍ରାମରେ ବିବାଦ ସୃଷ୍ଟି ହୋଇଥିବା ବେଳେ ସୋମବାର ସଂଧ୍ୟାରେ ପିପିଲି ଥାନାରେ ଏହାର ସମାଧାନ ହେବାର ଥିଲା । ମାତ୍ର କେତେକ ବ୍ୟକ୍ତି ଥାନାକୁ ନଯିବାରୁ କୌଣସି ଆଲୋଚନା ହୋଇପାରିନଥିଲା ଏବଂ ସମସ୍ତେ ଗ୍ରାମକୁ ଫେରିଆସିଥିଲେ ।

ତେବେ ରାତିରେ ଗ୍ରାମରେ ଗଣ୍ଡୋଗୋଳର ସୁତ୍ରପାତ ହୋଇଥିଲା । କୌଶଲ୍ୟାଗଙ୍ଗ ଫାଣ୍ଡି ପୋଲିସ ସୁତ୍ରରୁ ଜଣାଯାଏ ଯେ ଟେକାପଥର ମାଡରେ କେତେକ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି । ଲକ୍ଷ୍ମିଧର ପ୍ରଧାନ ନାମକ ବ୍ୟକ୍ତିଙ୍କର ଗୋଟଏ ବୁଲେଟ ସମେତ ଦୁଇଟି ସ୍କୁଟି ଏବଂ କୁକୁଡା ଫାର୍ମ ଘର ଓ ଘର ଭିତରେ ଥିବା ଆସବାବପତ୍ର, ସିସି କ୍ୟାମେରା ଇତ୍ୟାଦି ଭଙ୍ଗାରୂଜା ହୋଇଅଛି ।

ଲକ୍ଷ୍ମିଧରଙ୍କ ବିରୋଧୀ ଗୋଷ୍ଠିର କିଛି ଭଙ୍ଗାରୁଜା ହୋଇଥିବାର ପୋଲିସକୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ସଠିକ ତଥ୍ୟ ପୋଲିସର ହସ୍ତଗତ ହୋଇନଥିବା ଜାଣିବାକୁ ମିଳିଛି । ଏ ସଂପର୍କରେ ଉଭୟ ପକ୍ଷର ଏକାଧିକ ଏତଲା କୌଶଲ୍ୟାଗଙ୍ଗ ଫାଣ୍ଡିରେ ଦିଆଯାଇଅଛି । ପୋଲିସ ପକ୍ଷରୁ ଘଟଣାର ଛାନଭିନ କରାଯାଉଥିବା ବେଳେ ଯେକୌଣସି ପରିସ୍ଥିତି ପ୍ରତି କଡା ନଜର ରଖାଯାଇଛି ।

Nalco
Leave A Reply