Odisha news

ଚାଷିଖଣ୍ଡ କଂଟାଶାସନ ଦଳିତ ସାହି ରାସ୍ତା ଅବସ୍ଥା ଶୋଚନୀୟ : କାଦୁଅ ରାସ୍ତାରେ ୨ ଘଂଟା ଫସି ରହିଲା ପିଡିଏସ ଗାଡି

0

ବିରିଡି, ୨୦ା୧୦ ; ବିରିଡି ବ୍ଲକ ପୁରଣ ପଂଚାୟତ ଚାଷିଖଣ୍ଡ ଗ୍ରାମର କଂଟାଶାସନ ବନବିହାରୀ ଦଳିତ ସାହି କୁ ପଡିଥିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଫଳରେ ମଙ୍ଗଳବାର ଦିନ ସେହି ଗ୍ରାମର ଡିଲରଙ୍କ କଂଟୋ୍ରଲ ସାମଗ୍ରୀ (ଚାଉଳ ଓ ଗହମ) ନେଇ ଯାଉଥିବା ଟ୍ରାକ୍ଟର କାଦୁଅରେ ଫସି ରହିଥିଲା । ଉକ୍ତ ରାସ୍ତା କାଦୁଅ ପଚ ପଚ ହୋଇପଡିଥିବାରୁ ଚାଉଳ ଗହମ ନେଇ ଯାଉଥିବା ଗାଡି ଚକା କାଦୁଅ ଭିତରେ ଫସି ରହି ଉଠି ପାରିନଥିଲା ।

ଗାଡି ସେଠାରେ ପ୍ରାୟ ୨ ଘଂଟା ଧରି ଅଟକି ରହିବା ପରେ ବାଧ୍ୟ ହୋଇ ଡିଲର ଉକ୍ତ ଟ୍ରାକ୍ଟରରୁ ସାମଗ୍ରୀ ତଳକୁ ଓହ୍ଲାଇବା ପରେ ପୁଣି ସେହି ଟ୍ରାକ୍ତର ଯୋଗେ ନେଇଥିଲେ । ପ୍ରକାଶ ଯୋଗ୍ୟ ଯେ ମଇନ୍ଦପୁର ସଂଖାରୀସାହି ପ୍ରଧାନ ମନ୍ତ୍ରୀ ସଡକ ଠାରୁ କଂଟାଶାସନ ବନବିହାରୀ ଦଳିତ ସାହିକୁ ଲମ୍ବିଥିବା ୭୦୦ ମିଟରରୁ ଉର୍ଦ୍ଧ ଏହି ରାସ୍ତା ଦେଶ ସ୍ୱାଧିନତା ପରଠାରୁ ଅବହେଳିତ ହୋଇପଡିଛି । ମୋହରମ କିମ୍ବା ପକା କରିବା ଦୂରର କଥା ମାଟି ମୁଠେ ଏଠାରେ ପଡୁନଥିବା ଅଭିଯୋଗ ହୋଇଛି ।

ବଡ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହି ରାସ୍ତାଟି ମଧ୍ୟ ବର୍ତମାନ ରାଜ୍ୟ ମାନବାଧିକାର କମିଶନଙ୍କ ଜଣେ ବରିଷ୍ଠ ସଭ୍ୟଙ୍କ ଘର ପର୍ଯ୍ୟନ୍ତ ଲମ୍ବିଛି । ଯାହାକୁ କାର୍ଯ୍ୟ କରିବା ପାଇଁ ବ୍ଲକ ପ୍ରଶାସନ ଜନ ପ୍ରତିନିଧିମାନେ ଆନ୍ତରିକତା ଦେଖଅଉନଥିବାରୁ ସେହି ରାସ୍ତା ଦିନକୁ ଦିନ ଅତି ଶୋଚନୀୟ ହୋଇ ପଡିବା ସହ ସେହି ରାସ୍ତା ଉପରେ ନିର୍ଭରଶୀଳ ଜନ ସାଧଅରଣ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

Nalco
Leave A Reply