Odisha news

ଭାର୍ଗବୀ ନଦୀର ମୈାଜବେଗ ଠାରେ ଘଳିଆକୁ ନେଇ ଲୋକେ ଭୟଭିତ : ଜିଲ୍ଲାପାଳଙ୍କ ଘଳିଆ ସ୍ଥାନ ପରିଦର୍ଶନ

0

ପିପିଲି : ମହାନଦୀରେ ବନ୍ୟାଜଳ ରାଜ୍ୟରେ ବିଭିନ୍ନ ନଦୀ ଦେଇ ନିଷ୍କାସନ ହେଉଛି । ସେହୀପରୀ ପୁରୀ ଜିଲ୍ଲାର ପିପିଲି ଓ ଡେଲାଙ୍ଗ ବ୍ଲକ ଦେଇ ଦୟା ଓ ଭାର୍ଗବୀ ନଦୀ ରେ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ମୋଟ ଛୋଟବଡ ଘଳିଆ ୩୭ଟି ହୋଇଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୁଚନା ମିଳିଛି ।

ପିପିଲି ବ୍ଲକ ଅଧିନସ୍ଥ ରୁପୁଦେଇପୁର ପଂଚାୟତର ମୈାଜବେଗ ଗ୍ରାମ ନିକଟରେ ଭାର୍ଗବୀ ନଦୀରେ ଏକ ବଡ ଧରଣର ଘଳିଆ ପଡିଛି ।ଯାହାକୁ ନେଇ ଆଖ ପାଖ ଗ୍ରାମବାସୀ ସବୁ ଭୟଭୀତରେ ରହିଛନ୍ତି । ସ୍ଥାନିୟ ଲୋକମାନଙ୍କ ସହାୟତାରେ ପ୍ରଶାସନ ପକ୍ଷରୁ ଘଳିଆ ବନ୍ଦ କରିବା ପାଇଁ ଉଦ୍ୟମ ଜାରୀ ରହିଛି । ଏହି ଘଳିଆକୁ ନେଇ ପିପିଲି ବ୍ଲକର ଚନ୍ଦ୍ରାଦେଇପୁର

ଦୃର୍ଗାଦାସପୁର,ତେଇସିପୁର,ରୁପଦେଇପୁର,ରଥପୁରୁଷତମପୁର,ସରସ୍ୱତୀପୁର,ଯଶୁଆପୁର,ବୀରପୁରୁଷତମପୁର ର ପଂଚାୟତବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି । ଖବର ପାଇ ଆଜି ସେଠାରେ ଜିଲ୍ଲାପାଳ ବଳୱନ୍ତ ସିଂହ ଘଳିଆ ପଡିଥିବା ସ୍ଥାନର ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତୁରନ୍ତ ସେହୀ ଘଳିଆର ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ଦର୍ଶ ଦେଇଛନ୍ତି ।

ତତ୍ ସହିତ ଅଘଟଣକୁ ଲକ୍ଷ୍ୟ ରଖି ଆଖପାଖ ଗ୍ରାମବାସୀ ମାନେ ସର୍ତକ ରହିବା ସହିତ ତଳ ଅଂଚଳରୁ ଉପରକୁ ଉଠି ଆସିବା ପାଇଁ ଜିଲ୍ଲାପାଳ ଶ୍ରୀ ସିଂହ ପରାମର୍ଶ ଦେଇଥିବା ସୁଚନା ମିଳିଛି । ସ୍ଥିତି ଅନୁଧ୍ୟାନ ସମୟରେ ତହସିଲଦାର ସପନ କୁମାର ନନ୍ଦ,ଜଳସେଚନ ବିଭାଗ ପିପିଲି ଉପଖଣ୍ଡ ଅଧିକାରୀ ପ୍ରମୋଦ କୁମାର କୋଦମା ସିଂହ,ପିପିଲି ଏସଡିପିଓ ଦେବଦତ ବରାଳ, ବଳଙ୍ଗା ଥାନା ଅଧିକାରୀ ସଞ୍ଜିବ କୁମାର ପ୍ରଧାନ ପ୍ରମୂଖଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply