ସାନଭାଇର ଛୁରାମାଡରେ ବଡ ଭାଇ ଗୁରୁତର , ଭାଉଜ ଆହତ : ପୁଲିସ କୁ ନାକେଦମ କଲା ଅଭିଯୁକ୍ତ , ପୁଲିସ ଠୁ ବର୍ତିବା ପାଇଁ ବନ୍ଦ କୋଠରୀରେ ମା ଜୀବନକୁ ବାଜି ଲଗାଇ ରହିଲା୧୮ଘଣ୍ଟା
ପିପିଲି-ପିପିଲି ଥାନା ଅଧିନ ଲକ୍ଷ୍ମିନାରାୟଣପୁର ଗ୍ରାମରେ ପାରିବାରିକ କଳହରୁ ସାନଭାଇ ଛୁରିରେ ଆକ୍ରମଣ କରି ବଡଭାଇର ଅନ୍ତ ବୁଜୁଳା ବାହାର କରିଦେଇଛି ଓ ଭାଉଜର ହାତକୁ ଆକ୍ରମଣ ଆହତ କରିଛି । ବଡଭାଇ ଓ ଭାଉଜ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ମେଡିକାଲରେ ଚିକିତ୍ସା ହେଉଛନ୍ତି । ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପ୍ରାୟ ୧୮ଘଣ୍ଟା ପ୍ରୟାସ ଜାରି ରଖିଥିଲା ।ମିଳିଥିବା ସୁଚନା ମୁତାବକ ଲକ୍ଷ୍ମିନାରାୟଣପୁର ଗ୍ରାମରେ ସାନଭାଇ ଦିଲିପ ରଥ ଓ ବଡଭାଇ ନିରଞ୍ଜନ ରଥଙ୍କ ମଧ୍ୟରେ ପାରିପାରିକ ଝଗଡା ଲାଗିରହିଥିଲା । କେତେବେଳେ ଜମିବାଡି ବିବାଦକୁ ନେଇ ଘରେ କଳହ ହୁଏ ତ ଆଉ କେତେବେଳେ ବଡ ଭାଇ ଓ ଭାଉଜ ସାନଭାଇକୁ ବିବାହ କରାଇ ନଦେବାରୁ କଳହ ଲାଗିରହେ । ରବିବାର ରାତି ୯ଟାରେ ପାରିବାରିକ କଳହ ଉଗ୍ରରୁପ ଧାରଣ କରିଥିଲା । ସାନଭାଇ ଦିଲିପ ରଥ ଏକ ଛୁରୀରେ ବଡ ଭାଇ ନିରଞ୍ଜନ ରଥ ପେଟକୁ ଭୁସି ଦେଇଥିଲା । ଏଥିରେ ବଡଭାଇ ଗୁରୁତର ଆହତ ହୋଇଥିଲେ ।
ଏହି ଘଟଣାକୁ ଭାଉଜ ରୋକିବାରେ ଭାଉଜ ହାତକୁ ଛୁରୀ ମାରିଦେବାରୁ ସେ ମଧ୍ୟ ଆହତ ହୋଇଥିଲେ । ଗୁରୁତର ନିରଞ୍ଜନ କୁ ସ୍ଥାନୀୟ ଲୋକମାନେ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଥିଲେ । ଖବର ପାଇ ଉତରାଫାଣ୍ଡି ପୁଲିସ ପହଂଚିବାରେ ଅଭିଯୁକ୍ତ ସାନଭାଇ ପୁଲିସଠୁ ବର୍ତିବା ପାଇଁ ନିଜ ମାକୁ ଏକ ବନ୍ଦ କୋଠରୀ ଘରେ ଚାବୀ ପକାଇ ତାକୁ ମାରି ଦେବାକୁ ପୁଲିସ କୁ ଧମକ ଦେଇଥିଲା । ଦିର୍ଘ ସମୟ ଧରି ଦିଲିପ ହଙ୍ଗାମା କରିଥଲେ । ବାଧ୍ୟ ହୋଇ ଉତରାଫାଣ୍ଡି ପୁଲିସ ପିପିଲି ଥାନାକୁ ଖବର ଦେଲେ । ଶେଷରେ ପିପିଲି ଥାନାରୁ ଏକ ଟିମ ପହଂଚିବା ପରେ ବି ସେହୀ ଧମକରେ ଅଟଳ ରହିଥିଲା ସାନ ଭାଇ ଦିଲିପ । ଦିର୍ଘ ୧୮ଘଣ୍ଟା ସମୟ ପରେ ଯଥା ରବିବାର ରାତି ୧୦ଟାରୁ ସୋମବାର ଦିନ ୪ଟାରେ ଅଭିଯୁକ୍ତକୁ କାବୁ କରିବାପାଇଁ ପୁଲିସ କୁ ସମୟ ଲାଗିଥିଲା । ଘଟଣାସ୍ଥଳେ ପିପିଲି ଏସଡିପିଓ ଦେବଦତ ବରାଳ,ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୁଷ୍ଟି,ଥାନା ସେକେଣ୍ଡ ଅଫିସର ସନ୍ଦିପ ଦାସ ,ଏଏସଆଇ ରବିନ୍ଦ୍ର ନାୟକ,ଉତରା ଫାଣ୍ଡି ମିହିର କୁମାର ରାୟ ପ୍ରମୂଖଙ୍କ ସହିତ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ ।
ଅଭିଯୋକାରୀ ପ୍ରଭୁପ୍ରସାଦ ରଥଙ୍କ ଲିଖିତ ଅଭିଯୋଗ କ୍ରମେ ୨୨୬/୨୦ରେ ଏକ ମାମଲା ପିପିଲି ଥାନାରେ ରୁଜୁ କରାଯାଇଛି । ଗିରଫ ଅଭିଯୁକ୍ତ ଦିଲିପ ରଥକୁ ମଙ୍ଗଳବାର ଦିନ କୋର୍ଟ ଚାଳଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପୁଷ୍ଟିଙ୍କ ଠାରୁ ପ୍ରକାଶ ।
