Odisha news

୧୦ ଲିଟର ଆସ୍କା ଫଟି ଜବତ : ୩ ଗିରଫ

0

ଗୋପ,୧୦/୮: ଗୋପ ତଥା ଆଖ ପାଖ ଅଞ୍ଚଳରେ ବ୍ୟାପକ ଚୋରାମଦ କାରବାର ହେଉଥିବା ନେଇ ଅଭିଯୋଗ ହେଉଥିବାବେଳେ ପୁରୀ ସ୍ଥିତ ଅବକାରୀ ଅଧିକ୍ଷକଙ୍କ ନିଦେ୍ର୍ଦଶକ୍ରମେ କୋଣାର୍କ ଅବକାରୀ ବିଭାଗ ପକ୍ଷରୁ ଗୋପ ଅଞ୍ଚଳରେ ଚଢ଼ାଉ କରାଯାଇ ୧୦.୪ ଲିଟର ଆସ୍କା ଫଟି ଜବତ କରାଯାଇଥିବାବେଳେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଗୋପ ବଜାରରେ ଜଗନ୍ନାଥ ବେହେରା ଚୋରା ଦେଶୀ ମଦ ବ୍ୟବସାୟ କରୁଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବାବେଳେ ୩.୨ ଲିଟର ଦେଶୀ ମଦ ଜବତ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଗୋପ ବଜାରରୁ ବିବୁନା ବେହେରା ନାମକ ଜୈନିକ ବ୍ୟକ୍ତି ଚୋରା ମଦ କାରବାର କରୁଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ଜବତ କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗୋପ ନିକଟ କୁଶୁପୁର ଠାରୁ ୩.୮ ଲିଟର ଚୋରା ମଦ ଜବତ କରାଯାଇଥିବାବେଳେ ମଦ ବିକ୍ରି କରାଯାଉଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଅବକାରୀ ଅଧିକାରୀ ଲକ୍ଷ୍ମୀଧର ପ୍ରଧାନ ସୂଚନା ଦେଇଛନ୍ତି । ସେମାନଙ୍କ ନାମରେ ୩ଟି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

Nalco
Leave A Reply