Odisha news

ବ୍ଲକ ସ୍ତରୀୟ ପାଚିକା ପ୍ରଶିକ୍ଷଣ ଶିବିର ଉଦଯାପିତ

0

ପିପିଲି -ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ପିପିଲି ବ୍ଲକ ରେ ପାଚିକା ଓ ସହାୟିକା ମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଯାଇଛି। ଭଗବତୀ ନୋଡାଲ ହାଇସ୍କୁଲ,ରୂପଦେଇପୁର, ଗୋବିନ୍ଦପୁର ହାଇସ୍କୁଲ, ଗୋପବନ୍ଧୁ ମେମୋରିଆଲ ହାଇ ସ୍କୁଲ, ଦାଣ୍ଡମୁକୁନ୍ଦପୁର ଏବଂ ଶେଷ ଦିନରେ ଜବାହାର ବିଦ୍ୟାପୀଠ ପିପିଲି ଠାରେ ପାଚିକା ମାନଙ୍କ ତାଲିମ କାର୍ଯ୍ୟକ୍ରମ ରେ ବ୍ଲକ୍ ଶିକ୍ଷାଧିକାରୀ ରବିନ୍ଦ୍ର ନାଥ ନନ୍ଦ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏବିଇଓ ଲକ୍ଷ୍ମୀପ୍ରିୟା ନାୟକ,ପ୍ରମିଳା ଦାସ, ସାହେବ ପାତ୍ର,କୋ ଅର୍ଡିନେଟର ରୋଜାଲିନ ସେନାପତି, ପବନି ପ୍ରଧାନ ପରିଚାଳନା କରିଥିଲେ। ଏହି ଶିବିରରେ ପ୍ରଶିକ୍ଷକ ଭାବରେ ସିଆରସିସି ବୈକୁଣ୍ଠ ବିଶ୍ବାଳ, ଭଗବାନ ସାହୁ, ପାଚିକା ମଞ୍ଜୁଲତା ଖୁଣ୍ଟିଆ ,ବନଲତା ବାରିକ ଯୋଗ ଦେଇଥିଲେ। ଜବାହାର ବିଦ୍ୟାପୀଠ ର ପ୍ରଧାନଶିକ୍ଷକ ପୀତବାସ ସେଠୀ ତାଲିମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବ୍ଲକ୍ ରେ ମୋଟ ୧୮୮ ଟି ସ୍କୁଲ ର ୩୬୨ ଜଣ ପାଚିକା ତାଲିମ ନେଇଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସରକାରୀ ସ୍କୁଲ ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ର ସ୍ବଚ୍ଛତା ଏବଂ ଖାଦ୍ୟ ନିରାପତ୍ତା ଆଣିବା। ଏହି ଶିବିରକୁ ସିଆରସିସି ଚିନ୍ତାମଣି ଓଝା, ରଶ୍ମି ରଞ୍ଜନ ସେଠୀ, ସଞ୍ଜୟ ଦାଶ, ଅକ୍ଷୟ ନାୟକ,ଗଗନ ବିହାରୀ ପାଣିଗ୍ରାହୀ, ରମେଶ ଚନ୍ଦ୍ର ବେହେରା, ପୂର୍ଣଚନ୍ଦ୍ର ବେହେରା,ଅଜୟ ସେଠୀ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରଥମ ଥର ପାଇଁ ଏହି ତାଲିମ ନେଉଥିବାରୁ ପାଚିକା ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ ଦେଖା ଦେଇଥିଲା।

Leave A Reply