ବାଲିଗୁଡା, ତା, ୨୨/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହାସିଙ୍ଗି ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଦ୍ବାଦଶ ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଇଏମଆରଏସ ମହାସିଙ୍ଗିର ଅଧ୍ୟକ୍ଷ ଡଃ ବି.ସାଇରାମ୍ ପାତ୍ର ଅଧ୍ୟକ୍ଷତା କରି ବାର୍ଷିକ ବିବରଣୀ ପଠନ କରି ଥିବା ବେଳେ ମୂଖ୍ୟ ଅତିଥି ଭାବେ ବାଲିଗୁଡ଼ା ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା, ମୂଖ୍ୟ ବକ୍ତା ମଙ୍ଗଳ ସଂପ୍ରସାରଣ ଅଧୂକାରୀ ବୁରୁମାଝୀ ପଡ୍ରା, ସମ୍ମାନିତ ଅତିଥି ବରିଷ୍ଠ ଶିକ୍ଷକ ସଂଞ୍ଜୟ ସିଂ, ଅଭିନାଶ ମିଶ୍ର, ଆନନ୍ଦ ପ୍ରତାପ ସିଂହ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ବିଭିନ୍ନ ଉପଦେଶ ପ୍ରଦାନ ପୂର୍ବକ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଏହାସହ ବିଦ୍ୟାଳୟର ପୂର୍ବତନ କର୍ମଚାରୀ ଏଏନଏମ ପନିନା ନାୟକ ଓ ମେଟ୍ରନ କମଳ କୁମାରୀ ମଲ୍ଲିକଙ୍କୁ ବିଦାୟ କାଳୀନ ସମ୍ବଦ୍ଧନା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସସ୍ମିତା ଭୋଇ, ସଞ୍ଜୟ ନନ୍ଓ୍ବାର, ଶିକ୍ଷକ ଜୟ କିଶୋର ପ୍ରଧାନ,ସାଗର ପ୍ରସାଦ ଦିଗାଲ, 9ଶିକ୍ଷୟତ୍ରୀ ନିରୁପମା ଚାନ୍ଦ, ଲକ୍ଷ୍ମୀ ପୃଷ୍ଟି, ପ୍ରଦିପ୍ତ ପାଇକରାୟ, ନୀଳାଦ୍ରୀ ବିହାରୀ ସ୍ବାଇଁ,ପି ମନୋଜ କୁମାର ପାତ୍ର,ଶିକ୍ଷୟତ୍ରୀ ଆଦିତି ମଣ୍ଡଳ, ଦିପ୍ତିମୟୀ ବେହେରା, ସୁଶ୍ରୀ ବନମିତ୍ରା ଖଟେଇଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
