ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ସରକାରଙ୍କୁ ଆମେରିକାରୁ ଆସିଥିବା ଗୋଟିଏ ଧଳା ରଙ୍ଗର ପାରା ପାଖରୁ ଜୈବିକ ସୁରକ୍ଷାକୁ ନେଇ ବିପଦ ଅନୁଭବ ହେଉଛି l ଅଷ୍ଟ୍ରେଲିଆ ସରକାର କହିଛନ୍ତି ଯେ ଏହି ଗୋଟିଏ ପାରା ଦ୍ୱାରା ରୋଗ ବ୍ୟାପି ପାରେ l ଯେବେକି ଏହି ପାରାଟି ଆମେରିକା ରୁ ଅଷ୍ଟ୍ରେଲିଆ ୧୩ ହଜାର କିଲୋମିଟର ଯାତ୍ରା କରି ପହଂଚିଛି ଆସନ୍ତୁ ଜାଣିବା ଏହି ପାରା ବିଷୟରେ l ଅକ୍ଟୋବର ମାସରେ ଏହି ଧଳା ପାରାଟି ଆମେରିକାର ଅରେଗାନରେ ପାରା ମାନଙ୍କ ଦୌଡରେ ସାମିଲ ହୋଇଥିଲା l କିନ୍ତୁ ଦୌଡ଼ ସାରିବା ପରେ ପାରାଟି କେଉଁ ଆଡେ ଚାଲିଗଲା l ପାର୍ଟୀର ନାମ ଜୋ ଅଟେ ,ତାର ଗୋଟିଏ ପାଦରେ ନୀଳ ରଙ୍ଗର ପଟି ବନ୍ଧା ହୋଇଛି ଏବଂ ଦୌଡରେ ଜଣା ପଡିବ ପାଇଁ ବନ୍ଧା ଯାଇଥିଲା l
ପାରାଟି ୧୩ ହଜାର କିଲୋମିଟର ପୁରାକରୀ ଡିସେମ୍ବର ୨୬ ତାରିଖରେ ମେଲବର୍ନରେ ପହଁଚିଲା l ବର୍ତ୍ତମାନ ଏହି ପାରାଟିର ଯାତ୍ରା ଓ ପାଦରେ ବନ୍ଧା ହୋଇଥିବା ନୀଳ ବ୍ୟାଣ୍ଡର ଆଧାରରେ ଅଷ୍ଟ୍ରେଲିଆ ସରକାର କହିଛନ୍ତି ଯେ ପାରାଟି ରୋଗ ବ୍ୟାପିବାରେ ସହାୟକ ହୋଇପାରେ l ତେଣୁ ତାକୁ ମାରିବା ପାଇଁ ଯୋଜନା କରାଯାଉଛି l ଆମେରିକା ପକ୍ଷରୁ କୁହାଯାଇଛି ଯେ ପାରାଟିର ଗୋଡ଼ରେ ବନ୍ଧା ଯାଇଥିବା ବ୍ୟାଣ୍ଡଟି ନକଲି ଅଟେ ଏବଂ ଆମେରିକାରେ ଥିବା ପାରା ମାନଙ୍କ ଠାରୁ ସେ ଅଲଗା ଅଟେ l ଆମେରିକା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେଉଁ ପାରାଟି ଦୌଡରୁ ହଜି ଯାଇଥିଲା ସେ ଏହି ପାରା ନୁହେଁ l କିନ୍ତୁ ଧଳା ପାରା ଜୋ ଉପରେ ଅଷ୍ଟ୍ରେଲିଆ ସରକାରଙ୍କର ନଜର ରହିଛି ଏବଂ ସେ କହିଛନ୍ତି ଅଷ୍ଟ୍ରେଲିଆରେ ସେହି ପାରାଟି ରହି ପାରିବ ନାହିଁ l
