Odisha news

କୋର୍ଟଙ୍କ ଅଦ୍ଭୁତ ନିର୍ଣ୍ଣୟ : କହିଲେ ବଙ୍ଗଳାଦେଶର ଜଳବାୟୁ ନେଇଯିବ ଜୀବନ

0

ନୂଆଦିଲ୍ଲୀ : ଗ୍ଲୋବାଲ ୱାର୍ମିଙ୍ଗ ବ୍ୟତୀତ ବାୟୁ ପ୍ରଦୂଷଣ ମଧ୍ୟ ବାର୍ତ୍ତମାନ ପରିସ୍ଥିତିରେ ଗୋଟିଏ ବଡ଼ ଆହ୍ୱାନ ହେବାରେ ଲାଗିଛି l ଦେଶର ରାଜଧାନୀ ଦିଲ୍ଲୀରେ ଏହି ସମସ୍ୟା ଦ୍ୱାରା ଅଧିକ ଲୋକ ଆଘାତ ପାଇଛନ୍ତି ଭାରତ ବ୍ୟତୀତ ବାଙ୍ଗଲାଦେଶ ଓ ଚୀନରେ ମଧ୍ୟ ବାୟୁ ପ୍ରଦୂଷଣ ଲାଗି ରହିଛି l ଏହି ଘଟଣା ସେତେବେଳେ ଆଉ ଥରେ ସାମ୍ନାକୁ ଆସିଲା ଯେତେବେଳେ ଗୋଟିଏ ଫ୍ରାନ୍ସର କୋର୍ଟ ଗୋଟିଏ ବଙ୍ଗଳାଦେଶୀ ଶରଣାର୍ଥୀଙ୍କୁ ନେଇ ବାୟୁ ପ୍ରଦୂଷଣର କାରଣ ଦର୍ଶାଇ ତାର ଦେଶକୁ ଯିବାପାଇଁ ମନା କରିଥିଲେ l

ଶ୍ୱାସ ରୋଗ ସହିତ ଜଡିତ ରହିଥିବା ଏହି ୪୦ ବର୍ଷୀୟ ବ୍ୟକ୍ତିଙ୍କ ପାଇଁ ପ୍ରଥାମ ଥରପାଇଁ ତାଙ୍କ ରୋଗ କାମରେ ଆସିଲା l ଘଟଣାଟି ଏହିପରି ଏହି ବ୍ୟକ୍ତି ଜଣଙ୍କ କୋର୍ଟରେ ଆବେଦନ କରିଥିଲେ ଯେ ସେ ଶ୍ୱାସ ରୋଗରେ ପୀଡିତ ଅଟନ୍ତି ,ବଙ୍ଗଳାଦେଶରେ ବାୟୁ ପ୍ରଦୂଷଣ କାରଣରୁ ତାଙ୍କର ଜୀବନରେ ମଧ୍ୟ ଯାଇ ପରେ l ଏହି କାରାଣରୁ ତାଙ୍କ ନିଜ ଦେଶକୁ ପଠା ନଯାଉ l ଏହି ଶରଣାର୍ଥୀଙ୍କ ଓକିଲ କହିଚହାନ୍ତି ଯେ ଏପରି ପ୍ରଥମଥର ହେଲା ,ଯେତେବେଳେ କୌଣସି ଫ୍ରାନ୍ସର କୋର୍ଟ ଏହି ମାମଲାରେ ପର୍ଯ୍ୟା ବରଣକୁ ନେଇ ଏହି ପ୍ରକାର କାରଣ ଦର୍ଶାଇଥିଲେ l

ସେ କହିଛନ୍ତି ଯେ ବଙ୍ଗଳାଦେଶର ଜଳବାୟୁ ମୋ ମହକିଲଙ୍କ ପାଇଁ କ୍ଷତି କାରକ ହୋଇପାରେ l ଏହି ବ୍ୟକ୍ତି ଜଣଙ୍କ ୨୦୧୧ ରେ ବଙ୍ଗଳାଦେଶରୁ ଯାଇ ଫ୍ରାନ୍ସରେ ପହଞ୍ଚିଥିଲେ ଓ ସେଠାରେ ନିଜର ଗୁଜୁରାଣ ମେଣ୍ଟାଈ ସ୍ଥାପିତ ହୋଇଥିଲେ l ସେଠାରେ ସେ ଗୋଟିଏ ହୋଟେଲରେ କାମ କରନ୍ତି ଏବଂ ତାଙ୍କୁ ସେଠାରେ ଅସ୍ଥାୟୀ ନାଗରିକତ୍ବ ମିଳି ଯାଇଥିଲା l ଏହି ବ୍ୟକ୍ତିଙ୍କର ଶ୍ୱାସ ରୋଗ ଥିବା କାରଣରୁ ଚିକିତ୍ସାର ଆବଶ୍ୟକତା ହେଲା l ଯାହା ସେଠାକାର ଜଣେ ଡାକ୍ତର ଦର୍ଶାଇଲେ ଯେ ବଙ୍ଗଳାଦେଶରେ ସମ୍ଭବ ହେବ l କିନ୍ତୁ ସେ କୋର୍ଟରେ ଆବେଦନ କରି ଫ୍ରାନ୍ସରେ ନିଜର ଚିକିତ୍ସା ଜାରି ରଖିଲେ l

Nalco
Leave A Reply