ନୂଆଦିଲ୍ଲୀ: ଅହମଦାବାଦରୁ ଜୟପୁର ଯାଉଥିବା ‘ଗୋଏୟାର୍’ ବିମାନ ଭିତରେ ପାରାଟିଏ ଉଡୁଥିବା ଦେଖି ଯାତ୍ରୀମାନେ ବଡ଼ ଆଚମ୍ବିତ ହୋଇଯାଇଥିଲେ। ଏହି ଘଟଣାର ଉତ୍ତୋଳିତ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ଭିଡିଓରେ ଦେଖାଯାଉଛି ପାରାଟି ବିମାନ ଭିତରେ ଏମୁଣ୍ଡରୁ ସେମୁଣ୍ଡକୁ ଉଡ଼ି ବୁଲୁଛି। କାଳେ ପାରା ସେମାନଙ୍କ ଦେହରେ ବାଜି ଯିବ- ଏହି ଆଶଙ୍କାରେ ଯାତ୍ରୀ ଓ ବିମାନର ପରିଚାରକମାନେ ମୁଣ୍ଡ ନୋଇଁ ଦେଉଛନ୍ତି। କେତେକ ସେ ପାରାଟିକୁ ଧରିବାକୁ ଚେଷ୍ଟା କରି ବିଫଳ ମଧ୍ୟ ହେଉଛନ୍ତି। କେତେକ ପାରାଟିକୁ ଭଲକରି ଦେଖିବାକୁ ସିଟ୍ରୁ ଉଠି ପଡୁଥିବା ବେଳେ ଅନ୍ୟ କେତେକ ବିମାନର ପଛ ଦ୍ୱାର ଖୋଲି ଦେବାକୁ ପରିଚାରକମାନଙ୍କୁ କହୁଛନ୍ତି। ଫଳରେ ପାରାଟି ପଦାକୁ ଉଡ଼ିଯିବ।
Ek kabootar plane ke andar..ahmedabad-jaipur go air flight delayed for 30 min due to pigeon flew from luggage storage.@goairlinesindia