ଫୁଲବାଣୀ : ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର (ଏନ.ୱାଇ.କେ)ପକ୍ଷରୁ କନ୍ଧମାଳ ଜିଲ୍ଲାର ଖଜୁରିପଡା ଅଂଚଳର ଟିଟ୍ରାପଙ୍ଗା ଗ୍ରାମପଂଚାୟତ ସମ୍ମୀଳନି କକ୍ଷରେ ହିନ୍ଦୁ ଦିବସ ପାଳିତ ହୋଇଯାଇଛି । ସ୍ୱେଛାସେବୀ ଅନୁଷ୍ଠାନ କଲ୍ୟାଣି ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟିଟ୍ରାପଙ୍ଗାର ସରପଂଚ ଶ୍ରୀମତୀ ଗୀତାଞ୍ଜଳି ଜାନୀ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ସ୍ୱେଛାସେବୀ ଅନୁଷ୍ଠାନ କଲ୍ୟାଣି ର ସମ୍ପାଦକ ରବିନ୍ଦ୍ର କୁମାର ସାହୁ ଯୋଗ ଦେଇ ଏହି ହିନ୍ଦୀ ଦିବସର ଲକ୍ଷ ଓ ଉଦେଶ୍ୟ ବାବଦରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଗ୍ରାମବାସୀ ଏବଂ ସ୍ୱେଛାସେବୀ ମାନଙ୍କୁ ବୁଝାଇଥିଲେ ।
ମୁଖ୍ୟ ବକ୍ତା ଭାବେ ଟିଟ୍ରାପଙ୍ଗା ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ବେହେରା ଯୋଗ ଦେଇ ହୀନ୍ଦି ଭାଷାର ମହତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଖାଉଟି ପରାମର୍ଶ ଦାତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ସାହୁ,ଟିଟ୍ରାପଙ୍ଗା ସମିତି ସଭ୍ୟା ମାନସୀ ଦିଗାଲ,ଚାଲ୍ଡଲାଇନର ଚିକୁନ କୁମାର ପ୍ରଧାନ ଏବଂ ଅନୁପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଯୋଗ ଦେଇଥିବା ଯୁବକ ଏବଂ ଯୁବତୀ ମାନଙ୍କ ମଧ୍ୟରେ ସାଧାରଣଜ୍ଞାନ ଏବଂ ଦେଶାତ୍ମବୋଧକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ଅନ୍ୟ ମାନଙ୍କ ଦ୍ୱାରା ନେହେରୁ ଯୁବ କେନ୍ଦ୍ରର ପ୍ରଶଂସା ପତ୍ର ସମେତ ପୁରସ୍କାର ଓ ମାସ୍କ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ନେହେରୁଯୁବ କେନ୍ଦ୍ରର ସହକର୍ମୀ ସତ୍ୟବାନ ଦଳବେହେରା ପରିଚାଳନା କରିଥିଲେ । ଶେଷରେ କଲ୍ୟାଣି ଅନୁଷ୍ଠାନର ଶାନ୍ତିପ୍ରିୟା କହଁର ଧନ୍ୟବାଦ ଅର୍ପଣ କରିଥିଲେ ।