ଫୁଲବାଣୀ : ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଆନୂକୂଲ୍ୟରେ ରବିବାର ବିଦେଶୀ ଅନୁଦାନ ନିୟନ୍ତ୍ରଣ ଅ୍ଧାଇନ ସଂପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଆଲୋଚନା ଚକ୍ରରେ ଯୋଗଦେଇ ବକ୍ତା ମାନେ ତୃଣମୂଳ ସ୍ତରରେ ଏହି ଆଇନ ଦ୍ୱାରା ସମ୍ଭାବ୍ୟ ପ୍ରଭାବ ଉପରେ ଆଲୋକପାତ କରିଥିଲେ ।
ଅନୁଷ୍ଠାନର ସଂପାଦକ ହରିଶଂକର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ଆଇନଜୀବି ବିଜୟକୃଷ୍ନ ପଟ୍ଟନାୟକ କହିଥିଲେ ୍େୟ,ସରକାରଙ୍କ ପାଖରେ ବେସରକାରି ଅନୁଷ୍ଠାନ ମାନଙ୍କୁ ମିଳୁଥିବା ସମସ୍ତ ଦେଶୀ ଓ ବିଦେଶୀ ଅନୁଦାନକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥିଲା ବେଳେ ଏଭଲି ନୂତନ ଆଇନ ପ୍ରଣୟନର କୌଣସି ଯଥାର୍ଥତା ନାହିଁ । ଏହା ଫଳରେ ତୃଣମୂଳ ସ୍ତରରେ କାମ କରୁଥିବା ଛୋଟ ଛୋଟ ଅନୁଷ୍ଠାନ ମାନେ ପଙ୍ଗୁ ହୋଇଯିବା ସହ ଧୀରେ ଧୀରେ ଏହା କର୍ପୋରେଟ ମାନଙ୍କ ଅଧୀନକୁ ଚାଲିଯିବାର ଆଶଂକା ରହିଛି । ତଳସ୍ତରର ଲୋକଙ୍କୁ ପା୍ରଧାନ୍ୟ ଦେଇ ଆଇନ ତିଆରି କରିବା ଗଣତନ୍ତ୍ରର ଭିତ୍ତିଭୂମି ହୋଇଥିଲା ବେଳେ ଏଭଳି ଆଇନ ଏହାର ଏକ ବିରୋଧାଭାସ ବୋଲି ସେ କହିଥିଲେ ।
ସ୍ୱାତୀର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଶତପଥୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଏହି ଆଇନର ଆଭିମୂଖ୍ୟ ସଂପୂର୍ଣ୍ଣ ରୂପେ ଜନସ୍ୱାର୍ଥ ବିରୋଧି । ତେଣୁ ଏହାର ପୁନଃ ତର୍ଜମା ସହ ଏହାର ସଂଶୋଧନର ଆବଶ୍ୟକତା ରହିଛି । ଜିଲାର ସମସ୍ତ ପ୍ରମୁଖ ଗଣମାଧ୍ୟମର ପ୍ରତିନିଧିମାନେ ଏହି କର୍ମଶାଳାରେ ୍େୟାଗ ଦେଇ ନିଜ ନିଜର ମତ ରଖିଥିଲେ । ସରକାର ପ୍ରଶାସନିକ ସ୍ତରରେ ପ୍ରଥମେ ଦୁର୍ନିତି ହଟାଇବା ପାଇଁ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବା ଦରକାର ବୋଲି ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା । ନଚେତ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଭବିଷ୍ୟତ ଅନ୍ଧକାର ବୋଲି ବକ୍ତାମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱାତୀର କର୍ମଚାରୀ ମାନେ ସହଯୋଗ କରିଥିବା ବେଲେ ବୈଦ୍ୟନାଥ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।