ଫୁଲବାଣୀ,୦୨/୦୧, ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମ ପରିସରରେ ନେହେରୁ ଯୁବ ସଂଗଠନ ପକ୍ଷରୁ ଜଳ ଶକ୍ତି ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । କାର୍ଯ୍ୟକ୍ରମରେ କନ୍ଧମାଳ ଶିଳ୍ପ ବିଭାଗ ଜେନେରାଲ ମେନେଜର ନୱଲ କିଶୋର ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି । ସମ୍ମନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ଜୀତେନ୍ଦ୍ର କୁମାର ମହାକୁଡ,ନେହେରୁ ଯୁବ ସଂଗଠନର ଜିଲ୍ଲା ସଂଯୋଜକ ନଭନିତ୍ କୁମାର ଏବଂ ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ଶକ୍ତି ମଧ୍ୟରୁ ଜଳ ମଧ୍ୟ ଏକ ଶକ୍ତିର ଉସô ଏହାକୁ କିପରି ଆମେ ସଦ୍ ବ୍ୟବହାର କରିବା ସହିତ ସଠିକ ଭାବରେ ଏହାର ସଂରକ୍ଷଣ କରିବା ଯାହା ଦ୍ୱାରା ଭବିଷ୍ୟତରେ ଜଳର ଅଭାବ ଦେଖା ଦେବନାହିଁ । ତେଣୁ ଜଳ ସଂରକ୍ଷଣ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ସମେତ ଏଥିପାଇଁ ଯେତେ ଦୁର ସମ୍ଭବ ନିଜସ୍ୱ ଯୋଜନା ମାନ ଆପଣେଇବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ମାନେ ସେମାନଙ୍କର ବକ୍ତବ୍ୟରେ କହିଥିଲେ । ଏଥିରେ ନେହେରୁ ଯୁବ ସଂଗଠନର ସମସ୍ତ ବ୍ଳକର ସ୍ୱେଛାସେବୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ସତ୍ୟବାନ ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।