Odisha news

ପାଇଖାନା ଘରୁ ନିଖୋଜ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

0

ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଇଲେକ୍ଟି୍ରକ କଲୋନୀରେ ତିଆତି ହେଉଥିବା ଏକ ନୁତନ କୋଠାଘରର ପାଇଖାନା ଘରୁ ଶନିବାର ଦିନଠାରୁ ନିଖୋଜ ଥିବା ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ଉକ୍ତ ସାହିରେ ବାସ କରୁଥିବା ଲୋକେ ଶବର ଦୁର୍ଗନ୍ଧ ହେବାପରେ ବାଲିଗୁଡା ଥାନା ପୋଲିସକୁ ସୂଚନା ଦେଇଥିଲେ । ।ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତୁକ ଜଣକଙ୍କ ଘର ବାଲିଗୁଡା ଥାନା ଅନ୍ତର୍ଗତ ତିଲାପାଙ୍ଗା ଗ୍ରାମର କେକଡା ଦିଗାଲ ତାଙ୍କ ବୟସ ୬୨ବର୍ଷ ସେ ଗତ ଶନିବାର ଦିନଠାରୁ ବାଲିଗୁଡାକୁ ରାସନ ସାମଗ୍ରୀ କିଣିବା ପାଇଁ ଯାଇଥିଲେ ।

ଫେରିବାରେ ବିଳମ୍ବ ହେବାରୁ ପରିବାର ଓ ଗ୍ରାମବାସୀ ଲୋକ ଖୋଜାଖୋଜି କରିବାପରେ ଥାନାରେ ବୃଦ୍ଧ ଜଣକ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ । । ଘଟଣା ସ୍ଥଳରେ ମୃତକଙ୍କ ଚପଲ ବାହାରେ ପଡିଥିବାର ଦେଖିବାକୁ ମିଳିଛି । ମୃତକଙ୍କ ପରିବାର ଲୋକେ ଏହାକୁ ଏକ ହତ୍ୟା କାଣ୍ଡ ହୋଇଥିବା ନେଇ ସନେ୍ଦହ କରୁଛନ୍ତି । ବାଲିଗୁଡା ଥାନା ପୋଲିସ ଏକ ଅପମୃତୁ୍ୟ ମାମଲା ୨୬/୨୦୨ ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ପ୍ରସାନ୍ତ କୁମାର ବେହେରାଙ୍କ ସୂତ୍ରରୁ ଜଣାପଡିଛି ।

 

Leave A Reply