Odisha news

କୁଏରମାଣ୍ଡୁ ପାଦରପଡା ଜଙ୍ଗଲରେ କୁମ୍ବିଙ୍ଗ, ମାଓବାଦୀ ଓ ଜବାନ ମଧ୍ୟରେ ଗୁଳି ବିନିମୟ : ଜଣେ ମହିଳା ମାଓବାଦୀ ନିହତ ୨ ବନ୍ଧୁକ ଓ ୪ ଗୁଳି ଅନ୍ୟାନ୍ୟ ସାମଗ୍ରୀ ଜବତ

0

ଫୁଲବାଣୀ (Santosh Mishra)  : କନ୍ଧମାଳ ଜିଲ୍ଲା ଫିରିଙ୍ଗିଅ ବ୍ଳକ ଅଂଚଳରେ ଥିବା ଗୋଛାପଡା ଥାନା ଅନ୍ତର୍ଗତ କୁଏରମାଣ୍ଡୁ ପଂଚାୟତର ଗ୍ଲଟ ଏବଂ ପାଦରପଡା ଜଙ୍ଗଲାରେ ଏସଓଜି ଏବଂ ଡିଭିଏଫ ଜବାନ ମାନଙ୍କ ଦ୍ୱାରା କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀ ମାନଙ୍କ ସହିତ ମୁହାଁମୁହିଁ ହେବାରୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ପ୍ରାୟ ୨୦ରୁ ୨୫ ମିନି; ଧରି ଗୁଳି ବିନିମୟ ହେବାପରେ ମାଓବାଦୀ ମାନେ ସେଠାରୁ ଘଂଚ ଜଙ୍ଗଲ ଭିତରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପରେ ସେଠାରେ ସର୍ଚ୍ଚ ଅପରେସନ ବେଳେ ଜବାନମାନଙ୍କୁ ସେଠାରୁ ଜଣେ ମହିଳା ମାଓବାଦୀଙ୍କ ଶବ ମିଳିଥିଲା ଏବଂ ୨ଟି ୧୨ ବୋର ବନ୍ଧୁକ,୪ଟି ଅଫୁଟା ଗୁଳି,ଗୋଟିଏ ଟର୍ଚ୍ଚ ଏବଂ ଗୁଳି ରଖିବା ମୁଣି ମିଳିଥିବା ନେଇ ଆଜି କନ୍ଧମାଳ ଏସପି ଭିନିତ୍ ଅଗ୍ରୱ୍ୱାଲ ଏକ ସାମ୍ବାଦିକ ସମ୍ମୀଳନିରେ ସୂଚନା ଦେଇଛନ୍ତି ଏହି ଅବସରରେ ତାଙ୍କ ସହିତ ପୋ୍ରବେସନ ଆଇ.ପି.ଏସ ଅଧିକାରୀ ଅଭିନବ ସୋନକର ଉପସ୍ଥିତ ଥିଲେ ।

??????

ସୂଚନା ଅନୁସାରେ ଗତ ୯ ତାରିଖ ଦିନ କୌଣସି ବିସ୍ୱସ୍ଥ ସୁତ୍ରରୁ ଗୋଛାପଡା ଥାନା ଅଂଚଳରେ ମାଓବାଦୀ ମାନଙ୍କର ଉପସ୍ଥିତି ଥିବା ନେଇ ପୋଲିସକୁ ସୂଚନା ମିଳିବାପରେ ଏସପିଙ୍କ ନିଦେ୍ର୍ଧଶ କ୍ରମେ ଏସଓଜି ଏବଂ ଡିଭିଏଫ ଜବାନ ମାନେ ସେହି ଅଂଚଳରେ କୁମ୍ବିଙ୍ଗ ଅପରେସନ ଜାରି ରଖିଥିଲେ । ୧୧ ତାରିଖ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ ୩ ଟାବେଳେ କୁଏରମାଣ୍ଡୁ ପଂଚାୟତର ଗ୍ଲଟ ଏବଂ ପାଦରପଡା ଜଙ୍ଗଲରେ ଜବାନ ମାନଙ୍କର ମାଓବାଦୀଙ୍କ ସହ ମୁହାମୁହିଁ ହୋଇଥିଲା । ସେମାନଙ୍କୁ ଦେଖି ମାଓବାଦୀ ମାନେ ହଠାତ ଗୁଳି ଚାଳନା କରିବା ସହିତ ଏବଂ ଗ୍ରେନେଡ୍ ଆକ୍ରମଣ କରିଥିଲେ । ଜବାନମାନେ ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ ।

ମାଓବାଦୀ ମାନେ ଏହାକୁ ନମାନିବାରୁ ଜବାନମାନଙ୍କ ପକ୍ଷରୁ ମଧ୍ୟ ସୁରକ୍ଷିତ ଯାଗାରେ ରହି ପାଲଟା ଗୁଳି ଚାଳନା କରିଥିଲେ ପ୍ରାୟ ୨୫ ମିନିଟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେଠାରେ ଘଂଚ ଜଙ୍ଗଲ ଥିବାରୁ ମାଓବାଦୀ ମାନେ ସେଠାରୁ ଖସି ଚାଲିଯିବାରେ ସଫଳ ହୋଇଥିବା କହିଛନ୍ତି ଏସପି । ସର୍ଚ୍ଚ ଅପରେସନ ବେଳେ ଜଣେ ମୃତ ମହିଳା ମାଓବାଦୀର ଶରୀର ଏବଂ ବନ୍ଧୁକ ଗୁଳିଗୋଳା ଜବତ କରିଛନ୍ତି ଜବାନ ମାନେ ।

ସେଠାରେ ୧୫ ରୁ ୨୦ ଜଣ ମାଓବାଦୀ ରହିଥିବାବେଳେ କେକେବିଏନ ଡିଭିଜନର କେନ୍ଦ୍ରୀୟ ମାଓ ନେତା ଦାସୁରୁର ନେତୃତ୍ୱରେ ଏହି ଦଳ ପରିଚାଳିତ ହେଉଥିବା କହିଛନ୍ତି ଏସପି ଶ୍ରୀ ଅଗ୍ରାୱାଲ । ମୃତ ମାଓବାଦୀ ଜଣକର ବୟଷ ୨୫ ରୁ ୩୦ ବର୍ଷ ବୟଷ ହୋଇଥିବା ନେଇ ପୋଲିସ ଅନୁମାନ କରିଥିବାବେଳେ ତାର ପରିଚୟ ମିଳି ପାରିନାହିଁ ଏହି ଗୁଳି ବିନିମୟରେ ଜବାନ ମାନଙ୍କ ପକ୍ଷରୁ କୌଣସି ମୃତାହତ ହୋଇ ନଥିବା ଜଣାପଡିଛି । ତେବେ ମୃତ ମାଓବାଦୀର ଶବକୁ ନିୟମ ଅନୁସାରେ ପୋଲିସ ଶବକୁ ୭୨ ଘଣ୍ଟା ରଖି ତାର ପରିଚୟ ଖୋଜିବା ସହିତ ପରିବାର ଲୋକଙ୍କୁ ଅପେକ୍ଷା କରିବା ପରେ କେହି ଦାବେଦାର ନ ଆସିଲେ ପୋଲିସ ନିୟମ ଅନୁସାରେ ତାର ଶବକୁ ସଂସ୍କାର କରାଯିବ ବୋଲି ପୋଲିସ ପକ୍ଷରୁ ଜଣାପଡିଛି ।

Leave A Reply