Odisha news

ଅଂଚଳର ବିକାଶ ପାଇଁ ଏକଜୁଟ୍ ହେଲେ ୩ ପଂଚାୟତ ବାସୀ

0

ଫୁଲବାଣୀ(Santosh Mishra) :  କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ପଲାବୁଡ଼ି୍ରି , ସାଡ଼ିଙ୍ଗିଆ ଓ ପାଙ୍ଗାଉପରସାହି ପଂଚାୟତର ନିର୍ବାଚନ ଲୋକ ପ୍ରତିନିଧି ଓ ପଂଚାୟତ ବାସୀମାନେ ହୋଇଛନ୍ତି ଏକଜୁଟ୍ । ନିଜ ନିଜ ଅଂଚଳର ବିକାଶ ପାଇଁ ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । କାଲାଡ଼ି ଗ୍ରାମ ନିକଟରେ ହୋଇଥିବା ଏହି ବୈଠକରେ ଅସ୍ଥାୟୀ ସଭାପତି ପୁରୁଷୋତମ କହଁର ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ଲମ୍ବଦର ରକହଁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

ବୈଠକରେ ବିଶେଷ କରି ସଂପୃକ୍ତ ଅଂଚଳ ମାନଙ୍କରେ ହେଉଥିବା ବାରମ୍ବାର ଛେଳି ଚୋରି ରୋକିବା ସହିତ ପଂଚାୟତ ଗୁଡ଼ିକର ଗମନା ଗମନ , ପାନିୟଜଳ , ଶିକ୍ଷା , ସ୍ୱାସ୍ଥ୍ୟ ଭଳି ସମସ୍ତ ମୌଳିକା ସମସ୍ୟା ଯେଭଳି ଭାବେ ଦୂର ହୋଇ ପାରିବ ଓ ତାହାର ଉନ୍ନତି ପାଇଁ ଏକଜୁଟ୍ ହୋଇ କାମ କରିିବା ଦିଗରେ ଆଲେଚାନା ହୋଇଥିଲା । ଏହି ଅବସରରେ ନୂତନ କମିଟି ଗଠନ କରାଯାଇ ସଭାପତି ଭାବେ ଗୋଲକ କହଁରଙ୍କୁ ମନୋନିତ କରାଯାଇଥିବା ବେଳେ ଉପସଭାପତି ଭାବେ ବିଷ୍ଣୁ ଚରଣ କହଁର , ସଂପାଦକ ଭାବେ ଅଭିରାମ କହଁର , ସହ ସଂପାଦକ ଭାବେ ଉଦ୍ଧବ ଦିଗାଲ ପ୍ରମୁଖଙ୍କୁ ମନୋନିତ କରଯାଇଛି । ବୈଠକରେ ଗିରିଧାରି କହଁର ,ଜିତ୍ର କହଁର , ବସିରାମ ଦିଗାଲ , ସନକ ଜାଲ ,ଦିଲିପ ଦିଗାଲ ,ଆନନ୍ଦ ମଲିକ ,ଡ଼ଗିଲା କହଁର , ରାଜ କହଁର ଓ ଗୋଲକ କହଁର ଓ ଅନ୍ୟମାନେ ବିଭିନ୍ନ ଦିଗ ଉପରେ ଆଲେଚନା କରାଯାଇଥିଲା ।

 

Nalco
Leave A Reply