Odisha news

ପରିବେଶ ସଜାଡୁଛି ଫୁଲବାଣୀ ପୌର ପରିଷଦ ଅନ୍ୟପକ୍ଷରେ ବିଗାଡୁଛି ମଧ୍ୟ

0

ଫୁଲବାଣୀ(Santosh Mishra) : ଫୁଲବାଣୀ ପୌରାଂଚଳ ତରଫରୁ ସହରରେ ଅନେକ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଏହାକୁ ସଫଳ ମଧ୍ୟ କରାଯାଇଛି । ହେଲେ କେତେକ କ୍ଷେତ୍ରରେ ସେହି ପୌରାଂଚଳ ହିଁ ପରିବେଶକୁ ବିଗାଡିବାରେ ଲାଗିଛି ବୋଲି ବିଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଫୁଲବାଣୀ ମା ନାରାୟଣୀ ମନ୍ଦିର ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟକୁ ଯାଇଥିବା ରାସ୍ତାକୁ ଲୋକଙ୍କର ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ସୁନ୍ଦର ରାସ୍ତା ନିର୍ମାଣ କରାଯାଇଛି ।

ଏହା ସହିତ ସେଠାରେ କିଛି ଦିନପରେ ଉଚ୍ଚ ଆଲୋକର ବ୍ୟବସ୍ଥା ମଧ୍ୟ କରାଯାଇଛି ପୌର ପରିଷଦ ପକ୍ଷରୁ । ହେଲେ ବର୍ତମାନ କିଛି ଦିନ ହେଲା ସେହି ସୁନ୍ଦର ରାସ୍ତା କଡରେ ଫୁଲବାଣୀ ସହରର ଆବର୍ଜନା ସବୁକୁ ଟ୍ରାକ୍ଟର ଯୋଗେ ଆଣି ପୌର ପରିଷଦର କର୍ମଚାରୀ ମାନେ ଏହି ସୁନ୍ଦର ରାସ୍ତାର କଡରେ ଫୋପାଡିବା ଥିବା ଦେଖା ଯାଉଛି । ଫଳରେ ଫୁଲବାଣୀର ପ୍ରକୃତିକ ସୌନ୍ଧର୍ଯ୍ୟ ଉପୋଭିଗ କରିବା ସହିତ ସେହି ଅଂଚଳକୁ ସକାଳ ବ୍ୟାୟାମ କରିବାକୁ ଯାଉଥିବା ଲୋକମାନେ ସେହି ଅଂଚଳକୁ ଯାଇ ପାରୁନାହାନ୍ତି ଏପରିକି ସେହି ଅଂଚଳରେ ଲୋକଙ୍କର ଯାତାୟାତ ବେଳେ ମଧ୍ୟ ଏହି ଆବର୍ଜନାର ଦୁର୍ଗନ୍ଧ ମୟ ପରିବେଶ ଲୋକଙ୍କର ପାଇଁ ଅସହ୍ୟ ହେଉଛି ।

କାରଣ ସେଠାରେ ପୌର କର୍ମଚାରୀ ମାନେ ଫୁଲବାଣୀ ସହରର ସମସ୍ତ ମାଇଳା ଓ ଆବର୍ଜନାକୁ ଫୋପାଡି ଦେଉଛନ୍ତି । ଫଳରେ ସେହି ଅଂଚଳ ପୁତି ଗନ୍ଧମୟ ହୋଇପଡିଛି । ସେଥିପାଇଁ ସେହି ଆଖପାଖରେ ଲୋକଙ୍କ ଯାତାୟାତରେ ମଧ୍ୟ ଅସୁବିଧା ହେଉଛି । ସେହି ଅଂଚଳରେ ସହରର ହୋଟେଲ ଗୁଡିକର ପଚ୍ଚା ଖାଦ୍ୟ,କୁକୁଡା ଓ ଛେଳି ଚମଡା ସମେତ ଅନେକ ଦୁର୍ଗନ୍ଧ ମୟ ଜିନିଷ ସବୁକୁ ସେଠାରେ ପକାଇବାରୁ ସେହି ପରିବେଶ ଦୁଷିତ ହେବାରେ ଲାଗିଛି । ଫଳରେ କିଛି ଦିନ ପୁର୍ବରୁ ପୌର ପରିଷଦ ପ୍ରଚେଷ୍ଟାରେ ଏବଂ ପ୍ରଚୁର ଅର୍ଥ ବ୍ୟୟରେ ନିର୍ମାଣ କରାଯାଇଥିବା ସୁନ୍ଦର ପରିବେଷ ନଷ୍ଟ ହେବାରେ ଲାଗିଛି । ଏହାକୁ ଦେଖି ନିଜେ ନିର୍ମାଣ କରିଥିବା ସୁନ୍ଦର ପରିବେଷକୁ ପୌର ପରିଷଦ ନିଜେହିଁ ନଷ୍ଟ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

 

Nalco
Leave A Reply