Odisha news

ଦ୍ୱୀତିୟ ବିବାହ ବେଳେ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗରେ ବିବାହ ଅଟକାଇଲା ପୋଲିସ , ତାପରେ …

0

ଫୁଲବାଣୀ(Santosh Mishra) : ଆଜି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ଜଣେ ବିବହିତ ଯୁବକ ଦ୍ୱୀତିୟ ବିବାହ କରୁଥିବାବେଳେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗରେ ତାଙ୍କ ବିବାହକୁ ଅଟକାଇଛି । ପୋଲିସ ଆଗରେ ଯୁବକ ଜଣକ ତାଙ୍କ ନାମରେ ପୁର୍ବରୁ ଥାନାରେ ପାରିବାରିକ କଳହ ମାମଲା ଥିବା କଥାକୁ ସ୍ୱିକାର କରିବା ସହିତ ଥିବା ମାମଲା ଶେଷ ହେବା ପର୍ଯ୍ୟନ୍ତ ଦ୍ୱିତୀୟ ବିବାହ କରିବାନୋହିଁ ବୋଲି ଏକ ଲୋଖିତ ପ୍ରତିଶୁ୍ରତି ଫିରିଙ୍ଗିଆ ଥାନା ପୋଲିସ ଆଗରେ ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ପ୍ରାୟ ୮ ବର୍ଷ ପୁର୍ବେ ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅଂଚଳର ଖୁଣ୍ଟୁଣି ଗ୍ରାମର ପ୍ରଭାତ କୁମାର ସାହୁ ନୟଗାଡ ଜିଲ୍ଲା ଖଣ୍ଡପଡା ଥାନା ଅଂଚଳର ଶିଖରପୁର ଗ୍ରାମର ବାସନ୍ତି ସାହୁଙ୍କ ସହିତ ପ୍ରେମ ବିବାହ କରିଥିଲେ ।

୨୦୧୯ ମସିହାରେ ସେମାନଙ୍କ ମଧ୍ୟରେ ପାବାରିକ ଅଶାନ୍ତି ଏବଂ ପ୍ରଭାତର ଘର ଲୋକଙ୍କ ଦ୍ୱାରା ଅଶାଳୀନ ବ୍ୟବହାର ଏବଂ ଅତ୍ୟାଚାର କରାଯାଉଥିବା ନେଇ ବାସନ୍ତି ଖଣ୍ଡପଡା ଥାନାରେ ଏବଂ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ମାମଲା ବିଚାରାଧରନ ଥିବାବେଳେ ଆଜି ପ୍ରଭାତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଥିବା ନୁଆପଦର ଠାରେ ଗୋଟିଏ ମନ୍ଦିରରେ ଦ୍ୱତୀୟ ବିବାହ କରିବାକୁ ଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ ବାସନ୍ତି । ବାସନ୍ତି ଜଣେ ଆଂଶିକ ଭିନ୍ନକ୍ଷମ ହୋଇଥିଲେ ହେଁ ନିଜେ କନ୍ଧମାଳ ଜିଲ୍ଲାକୁ ଆସି ଫିରଙ୍ଗିଆ ଥାନାରେ ପହଂଚି ଏକ ଲିଖିତ ଅଭିଯୋଗ କରିବା ସହିତ ସେ ପୁର୍ବରୁ କରିଥିବା ମହିଳା କମିଶନ ଏବଂ ଖଣ୍ଡପଡା ଥାନାର ଅଭିଯୋଗର ନକଲ ସବୁ ଦେଖାଇଥିଲେ ।

ଏହାକୁ ଦେଖିବାପରେ ଅଭିଯୋଗ ଅନୂସାରେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ତୁରନ୍ତ ପଦକ୍ଷେପ ନେବା ସହିତ ନୁଆପଦର ଗ୍ରାକୁ ଯାଇ ସେଠାରେ ପ୍ରଭାତ ଏବଂ ତାଙ୍କ ପରିବାର ଲୋକଙ୍କୁ ପ୍ରଭାତର ଦ୍ୱତୀୟ ବିବାହର ପସ୍ତୁତି କରୁଥିବା ଜାଣିପାରିଲେ । ସେଠାରେ ପୋଲିସ ହସ୍ତକ୍ଷେପରେ ବିବାହ ଅଟକିବା ସହିତ ପ୍ରଭାତ ସମସ୍ତ ବିଷୟରେ ସ୍ୱିକାର କରିବା ସହିତ ବିଚାରାଧିନ ମାମଲାର ଫଇସଲା ନ ହେବା ପର୍ଯ୍ୟନ୍ତ ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ଏକ ଲିଖିତ ପ୍ରତିଶୁ୍ରତି ଦେଇ ତାଙ୍କ ପରିବାର ସହି ଘରକୁ ଫେରିଥିବା ଜଣାପଡିଛି ।

 

Nalco
Leave A Reply