Odisha news

ଗୁମାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ପକ୍ଷ ପାଳିତ

0

ଫୁଲବାଣୀ(Santosh Mishra) : କନ୍ଧମାଳ ଜିଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମାଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ସଂମ୍ପର୍କ ପକ୍ଷରୁ ସ୍ୱଚ୍ଛତା ପକ୍ଷର ପାଳିତ ହୋଇଯାଇଛି । “ମୁଁ ଚାହେଁ ସ୍ୱଚ୍ଛ ପରିବେଶ” ଏହି ବାର୍ତାକୁ ନେଇ ସଚେତନ ସୃଷ୍ଟି ପାଇଁ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଡ଼ାକ୍ତରଖାନା ପରିସରକୁ ପରିଷ୍କାର ରଖିବା ପାଇଁ ଏକ ଶପଥପାଠ କାର୍ଯ୍ୟକ୍ରମ ସହିତ ଗ୍ରାମରେ ସଚେତନ କାର୍ଯ୍ୟକ୍ରମରେ ଗୋଷ୍ଠି ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼,କଳ୍ପନା ଦଳେଇ , ଡ଼ାକ୍ତରଖାନା ଅଧିକାରୀ ଡ଼.ଜିତେନ୍ କୁମାରଜେନା , ବିପିଏମ୍ ପ୍ରଶାନ୍ତ ମହାପାତ୍ର , ବି.ଏ.ଏମ୍ ପ୍ରକାଶ ମହାନ୍ତି , ସଂପର୍କର କର୍ମକର୍ତ୍ତା ସୁବଳ ରଣା , ଗୋଷ୍ଠିର ସମସ୍ତ ସଫେଇ କର୍ମଚାରୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିବା ବେଳେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀମତି ଜ୍ୟୋସ୍ନାରାଣି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Nalco
Leave A Reply