ଫୁଲବାଣୀ(Santosh Mishra) : ଆଜି ଫୁଲବାଣୀ ସଦରମହକୁମା ଠାରେ ଅଂଚଳର ପିଅନପଡା ବନ୍ଧସାହିରେ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ କରାଯାଇଛି ଫଳରେ ତାଙ୍କ ଘର ଉପରେ ପଡିଥିବା ଟିଣ ଭାଙ୍ଗିଯାଇଛି । ସେଠାରେ ସେହି ବୋମାର କିଛି କଣ୍ଟା ଏବଂ ଅନ୍ୟାନ୍ୟ ଜିନିଷ ପଡିଥିବାର ଦେଖାଯାଇଛି । ତେବେ ପୁର୍ବ ଶତୃତାରୁ ଏହି ବୋମା ମାଡ ହୋଇଥିବା ନେଇ ଫୁଲବାଣୀ ଟାଉନ ଥାନାରେ ଏକ ଅଭିଯୋଗ କରିଛନ୍ତି ଘର ମାଲିକ ଟିଟୁନ ବେହେରା । ଫୁଲବାଣୀ ଅଂଚଳର ରାଜକୁମାର ଚୌଧୁରୀ ଏବଂ ତାଙ୍କ ଭାଇଙ୍କ ସମେତ ତାଙ୍କ ମା ମଧ୍ୟ ଏହି ଆକ୍ରମଣ ପୁର୍ବ ଶତୃତା ଯୋଗୁଁ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଟିଟୁନ ।
ଅଭିଯୋଗ ଅନୁସାରେ ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ଏବଂ ଟାଉନ ଥାନା ଅଧିକାରୀ ଶୁସାନ୍ତ କୁମାର ସେଠୀ ସଦଳବଳେ ସେଠାରେ ପହଂଚି ଘଟଣାର ତଦନ୍ତ କରିଛନ୍ତି । ଏହି ସଂକ୍ରାନ୍ତରେ ଏକ ମାମଲା ୧୪୩/୨୦୨୦ରୁଜ୍ୁ କରି ଘଟଣାର ତଦନ୍ତ କରିଛନ୍ତି । ତେବେ ଏହା ଏକ ଶକ୍ତିଶାଳୀ ବାଣ ଅଟେ ବୋଲି କହିଛନ୍ତି ଥାନା ଅଧିକାରୀ । ସୁଚନା ଅନୁସାରେ ବୁଧାବାର ରାତି ପ୍ରାୟ ୨.୩୦ ମିନିଟରେ କେହି ଟିଟୁନ ଘର ଉପରକୁ କେହି କୌଣସି ଦୃର୍ବୃତ ଏହି ବାଣ ଫିଙ୍ଗିଥିଲା ଫଳରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହାର ଶବ୍ଦରେ ଅଂଚଳବାସୀ ମଧ୍ୟ ନିଦରୁ ଉଠିଯାଇଥିଲେ । ଟିଟୁନ ବେହେରା ଘର ଲୋକେ ଏହି ଶବ୍ଦରେ ଉଠିପଡି ବାହାରକୁ ଆସି ଦେଖିବାବେଳକୁ ତାଙ୍କ ଘରର ବାହାର ପଟରେ ଥିବା ଟିଣ ଫାଟି ସେଥିରେ ଗୋଟିଏ ବଡ କଣା ହୋଇଯାଇଛି । ଏହି ଘଟଣାରେ ଅଂଚଳବାସୀ ଭୟଭିତ ହୋଇପଡିଛନ୍ତି ।