ଫୁଲବାଣୀ (Santosh Mishra) : ଆଜି କନ୍ଧମାଳ ଜଣେ କରୋନା ଯୋଦ୍ଧାଙ୍କ ସମେତ ଆଉ ୩୪ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୩୨୩ ରେ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୪,୯୭୩ ଜଣ, ଅର୍ଥାତ ମୋଟ ଆକ୍ରାନ୍ତଙ୍କ ୯୩.୪୨ ପ୍ରତିଶତ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମତୁ୍ୟ ହୋଇଛି ଏହାକୁ ମିଶାଇ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୭ ହୋଇ ୦.୫୧ ପ୍ରତିଶତରେ ପହଂଚିଛି । ଆଉ ୩୨୩ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି ।
ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୩ ଜଣ ଏବଂ ଗ୍ରାମାଂଚଳରେ ୩ ଜଣଚିହ୍ନଟ ହୋଇ ଥିବାବେଳେ । ବାଲିଗୁଡା ଗ୍ରାମାଂଚଳରେ ୪ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚକାପାଦର ୩ ଜଣ,ଘୁ.ଉଦୟଗିରି ଗ୍ରାମାଂଚଳରେ ଜଣେ ,କ.ନୁଆଗାଁର ୨ ଜଣ,ଖଜୁରିପଡାର ୪ ଜଣ,ଫିରିଙ୍ଗିଆର ୩, ଦାରିଙ୍ଗବାଡିରେ ୯ ଜଣ,ଟିକାବାଲିର ଜଣେ ଏବଂ ତୁମୁଡିବନ୍ଧର ଜଣେ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ମିଳିଛି । ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।
