Odisha news

୫ଲକ୍ଷ ୫୦ ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

0

ରାୟଗଡା,୧୭ ।୧୦(Rabindra Patkhandal)- ରାୟଗଡା ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବେଆଇନ ତଥାପି କମିବା ବଦଳରେ ବଢୁଛି ଚୋରା ଚାଲାଣ । ବିଭିନ୍ନ ଉପାୟ ଅବଲମ୍ବନ କରି ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚାଲାଣ କରୁଛନ୍ତି ହେଲେ ରାୟଗଡା ପୋଲିସର ତୀକ୍ଷଣ ନଜରରୁ ବର୍ତ୍ତି ପାରୁନାହାନ୍ତି । ବିଷମକଟକ ପୋଲିସ ମାର୍କାମା ମନ୍ଦିର ନିକଟରୁ ଏକ ଟାଟା ସୁମ ଗାଡିରୁ ୫୩ କେ.ଜି ୬୨୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ପ୍ରାଥମିକ ତଦନ୍ତରୁ ଜବତ ଗଞ୍ଜେଇ ମାଫିଆ ମାନେ ରାମନାଗୁଡାରୁ ଆଣିଥିବା ନେଇ ସୂଚନା ଦେଇଛି ।

ତେବେ ଏହି ଘଟଣାରେ ଅନ୍ୟମାନେ ସଂପୃକ୍ତ ଅଛନ୍ତି କି ନାହିଁ ପୋଲିସ ତଦନ୍ତ ଜାରୀ ରହିଛି । ଘଟଣାରେ ସଂପୃକ୍ତ ଥିବା ୨ ଉତରପ୍ରଦେଶ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୩ଟି ଜରି ବସ୍ତାରେ ଥିବା ୫୩ କେ.ଜି ଗଞ୍ଜେଇ, ଗୋଟିଏ ଟାଟା ସୁମ ସିଜି ୧୦ଏନ ୯୪୬୭, ୨ଟି ମୋବାଇଲ ଫୋନ ଓ ନଗଦ ୧୧ହଜାର ୨୮୦ ଟଙ୍କା ଜବତ କରିଛି । ବିଷମକଟକ ଥାନା ଏସ.ଆଇ ସନ୍ତୋଷି ବାରିକ ଓ ଟିମ ବିଷମକଟକ ମାର୍କାମା ମନ୍ଦିର ଛକ ଠାରେ ଟାଟା ସୁମକୁ ଅଟକାଇ ଯାଞ୍ଚ କରୁଥିବା ସମୟରେ ସେଥିରୁ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ଏ ନେଇ ବିଷମକଟକ ଥାନାରେ କେଶ ନଂ ୧୨୬ ତା ୧୬.୧୦.୨୦ ରିଖ ଅବୈଧ ନିଶା ଚୋରା ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଏସପି ଡ଼ଃ ଶ୍ରର୍ବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି ।

Nalco
Leave A Reply