Odisha news

ପୁଣି ଆସୁଛି ଆଉ ଏକ ଲଘୁଚାପ : ଲଘୁଚାପ ବର୍ଷା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

0

ଫୁଲବାଣୀ (Santosh Mishra) :  ରାଜ୍ୟରେ ଲଗାତାର ଭାବରେ ଚାଲିଥିବା ଳଘୁଚାପ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି । ବର୍ତମାନ ପୁଣି ଆସନ୍ତା ୧୯ ତାରିଖରେ ଆଉ ଏକ ଲଘୁଚାପ ଜନିତ ବର୍ଷା ଆଗାମୀ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ନେଇ ପାଣିପାଗ ବିଭାଗ ତରଫରୁ ସୁଚନା ଦିଆଯାଇଛି ।

ଜିଲ୍ଲାରେ ଏହାର ପ୍ରସ୍ତୁତି ପାଇଁ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ଆଜି ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ,ଫୁଲବାଣୀ ଉପ-ଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ,ବାଲିଗୁଡା ଉପ-ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ବାରଟି ବ୍ଳକର ବିଡିଓ,ଏବଂ ତହସିଲଦାରମାନେ ଯୋଗ ଦେଇଥିଲେ ।

ବୈଠକରେ ଜିଲ୍ଲାରେ ଆଗାମୀ ୨୦ ତାରିଖରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୁର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲ୍ଲାର ଅଧିକ ବର୍ଷା ହେଉଥିବା ବିପଦ ପୁର୍ଣ୍ଣ ଯାଗା ଗୁଡିକର ଲୋକଙ୍କୁ ସେହି ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦେବାକୁ ସେହି ଅଂଚଳର ଆର.ଆଇ,ସରପଂଚ ଏବଂ ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କୁ କୁହାଯାଇଛି ।

ସେହି ଅଂଚଳରେ ଥିବା ସ୍କୁଲ ଗୃହ ଗୁଡିକ ଆବଶ୍ୟକ ବେଳେ ଲୋକଙ୍କ ଅଶ୍ରୟ ସ୍ଥଲୀ ରୁପେ ବ୍ୟବହାର କରିବା ନିମନ୍ତେ ପ୍ରସ୍ତୁତ ରଖିବାକୁ ମଧ୍ୟ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ମାଟି ଅତଡା ଖସିବା ଆଶଙ୍କା ଯାଗାରୁ ଦୁରକୁ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କ ନିକଟରେ ଶୁଖିଲା ଖାଦ୍ୟ ସମେତ ପ୍ଲାଷ୍ଟିକ ଜରି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ରିଲିଫ ସାମଗ୍ରୀ ମହଜୁଦ ରଖାଯାଇଛି । ଜିଲ୍ଲାର ସମସ୍ତ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କୁ ସତର୍କ ରହିବାକୁ ନିଦେ୍ର୍ଧଶ ଦିଆଯାଇଥିବା ଜିଲ୍ଲା ଆପାତକାଳୀନ ଅଧିକାରୀ ପ୍ରଦୁ୍ୟମ୍ନ କୁମାର ମଣ୍ଡଳଙ୍କ ସୁତ୍ରରୁ ଜଣାପଡିଛି ।

 

Nalco
Leave A Reply