ଫୁଲବାଣୀ : କନ୍ଧମାଳ ଜିଲା କୋଟଗଡ ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରାଙ୍କର ଭୁବନେଶ୍ୱର କିମସ୍ ହସପିଟାଲରେ ଦେହାନ୍ତ ଘଟିଛି । ତାଙ୍କର ବିଭିନ୍ନ ଶାରୀରିକ ସମସ୍ୟା ରହିଥିଲା ସେଥିପାଇଁ ତାଙ୍କୁ ସେଠାରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିଲା । ତେବେ ଗତ ୧୭ ତାରିଖରେ ଗଞ୍ଜାମ ଜିଲ୍ଲା ପୋଲସରାରେ ଥିବା ତାଙ୍କର ଦାଦାଙ୍କର ମୃତୁ୍ୟ ଘଟିବାରୁ ସେ ପୋଲସରାକୁ ଯାଇଥିଲେ । ସେଠାରୁ ଫେରି ସେ ଏହିସଂକ୍ରାନ୍ତରେ କାହାକୁ ନଜଣାଇ ପୁର୍ବପରି ବ୍ଳକ କାର୍ଯ୍ୟାଳୟକୁ ଯିବା ସହିତ ଲୋକଙ୍କ ସହିତ ମିଳାମିଶା କରିଥିଲେ ।
ସେ ଗଞ୍ଜାମ ଜିଲ୍ଲାରୁ ଫେରିବା ବିଷୟରେ ପ୍ରଶାସନ ଜାଣିବାପରେ ତାଙ୍କୁ ସରକାରୀ କ୍ୱାରେଣ୍ଟାଇନକୁ ପଠାଇବା ସହିତ କୋଟଗଡ ବ୍ଳକକୁ ତାଲା ପକାଇବା ସହିତ ବିଡିଓଙ୍କ ସମେତ ସମସ୍ତ କର୍ମଚାରୀ ମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖି ସମସ୍ତଙ୍କର ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ । କିନ୍ତୁ ଯନ୍ତ୍ରୀଙ୍କର କିମସ ହସପିଟାଲରେ ମୃତୁ୍ୟ ହେବାପରେ ସେ କରୋନାରେ ମୃତୁ୍ୟ ବରଣ କରିଥିବା ନେଇ ଚର୍ଚ୍ଚା ହୋଇଥିଲା । ଏଥିରେ ଲୋକେ ଆହୁରି ଆତଙ୍କିତ ହୋଇଛନ୍ତି । ତେବେ ଏହା ଏକ ଗୁଜବ ଅଟେ କନିଷ୍ଠ ଯନ୍ତ୍ରୀଙ୍କର ସ୍ୱାବ ପରୀକ୍ଷା ରିପୋର୍ଟ ଆସିଛି ଏବଂ ସେ କରୋନାରେ ଆକ୍ରାନ୍ତ ନଥିବା ନେଇ କୋଟଗଡ ବିଡିଓ କୈଳାସଚନ୍ଦ୍ର ମୁର୍ମୁ କହିଛନ୍ତି । ସେ ପୁର୍ବରୁ ବିଭିନ୍ନ ରୋଗରେ ପୀଡିତ ଥିବାରୁ ତାଙ୍କର ମୃତୁ୍ୟ ହୋଇଛି । ସେ କରୋନାରେ ଆକ୍ରାନ୍ତ ଥିବା ଏକ ଗୁଜବ ଅଟେ ଏଥିରେ ଲୋକେ ଅତଙ୍କିତ ହେବା ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
