Odisha news

ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଉପକାରୀ ପିଜୁଳି

0

ଅନେକ ଲୋକ ପିଜୁଳି ଖାଇବାକୁ ପସନ୍ଦ କରିଥାନ୍ତି । ପିଜୁଳି ଖାଇବାକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟପାଇଁ ମଧ୍ୟ ସେତିକି ଉପକାରୀ । ଖାସ୍ ଭାବେ ମଧୁମେହ ରୋଗୀଙ୍କ ପାଇଁ ପିଜୁଳି ରାମବାଣ ସଦୃଶ ହୋଇଥାଏ । କେବଳ ଏତିକି ନୁହେଁ, ବ୍ଲଡ ସୁଗାର ପରିମାଣକୁ ନିୟନ୍ତ୍ରଣ କରିବାରେ ପିଜୁଳି ସହାୟକ ହୋଇଥାଏ । ପ୍ରତିଦିନ ଗୋଟିଏ ଲେଖାଏ ପିଜୁଳି ଖାଇଲେ ବ୍ଲଡସୁଗାର ନିୟନ୍ତ୍ରଣରେ ରହିଥାଏ । ପିଜୁଳିରେ ପ୍ରଚୁର ପରିମାଣରେ ଫାଇବର୍ ରହିଥାଏ । ଯାହାଫଳରେ ଏହାକୁ ଖାଇଲେ ଡାଇବେଟିସର ସମ୍ଭାବନା କମିଯାଏ । ପିଜୁଳିରେ ଲାଇକୋପିନ ନାମକ ଫାଇଟୋ ନ୍ୟୁଟ୍ରିଏଣ୍ଟସ ପ୍ରଚୁର ପରିମାଣରେ ରହିଥାଏ । ଯାହା କ୍ୟାନ୍ସରର  ସମ୍ଭାବନାକୁ କମ କରିଥାଏ । ପିଜୁଳି ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ । ଯାହାଫଳରେ ସାଧାରଣ ଥଣ୍ଡା, କାଶର ସମ୍ଭାବନା ଖୁବ କମ ହୋଇଯାଏ । ପିଜୁଳିର ପତ୍ରକୁ ବାଟି ସେଥିରେ କଳା ଲୁଣ ମିଶାଇ ଖାଇଲେ ପେଟକାଟିବା ଦୂର ହୋଇଥାଏ । ପିଜୁଳିରେ ବିଟା କ୍ୟାରୋଟିନ ନାମକ ଏକ ପୋଷକ ତତ୍ତ୍ୱ ରହିଛି ଯାହା ମୁହଁରେ ଦେଖାଯାଉଥିବା ଅନେକ ସମସ୍ୟା ଦୂର କରିଥାଏ । ପିଜୁଳି କୋଷ୍ଠକାଠିନ୍ୟ ଦୂର କରିଥାଏ । ଯଦି ଆପଣ ଖାଇବା ପୂର୍ବରୁ ପିଜୁଳି ଖାଆନ୍ତି ତେବେ ଆପଣଙ୍କୁ ଖାଦ୍ୟ ହଜମରେ କୌଣସି ଅସୁବିଧା ହେବନାହିଁ ।

Leave A Reply