Odisha news

କାରରେ ଆଠଗଡ ଅଂଚଳକୁ ଗଞ୍ଜେଇ ଚାଲାଣ ବେଳେ ଟିକାବାଲି ପୋଲିସ ହାବୁଡରେ ଚାଲାଣକାରୀ : ୯୦ କିଗ୍ରା ଗଞ୍ଜେଇ ସମେତ କାର ଜବତ, ଜଣେ ଗିରଫ

0

ଫୁଲବାଣୀ (Santosh mishra) :  କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ପୋଲିସ କନ୍ଧମାଲ ଜିଲ୍ଲାରୁ ଅ୍ଧଙ୍ଖଜ୍ଞଙ୍ଗ ଅଂଚଳକୁ ଚାଲାନ ହେଉଥିବାବେଳେ ଗୋଟିଏ ଦାମୀ ଡଷ୍ଟର କାର ଭିତରୁ ୯୦ କିଗ୍ରା ଗଞ୍ଜେଇ ଜବତ କରିବା ସହିତ କାରକୁ ଜବତ କରି ଜଣେ ଚାଲାଣକାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୁଚନା ଅନୁସାରେ ଶନିବାର ଦିନ ଅପରାହ୍ନ ପ୍ରାୟ ଦେଢଟା ବେଳେ ଟିକାଲିରୁ ଚକାପାଦ ଓ ଲାଇନପଡା ଯିବାକୁ ଥିବା ରାସ୍ତାର ଛକଠାରେ ଗୋଟିଏ ଡଷ୍ଟର କାର (ଓଡି-୦୫-ଏଫ୍-୯୫୨୭) ନମ୍ବର ଥିବା କାରରେ ଗଞ୍ଜେଇ ଚାଲାଣ ହେଉଥିବା ପୁର୍ବ ସୁଚନା ଅନୁସାରେ ପୋଲିସ ସେଠାରେ ଅଟକାଇ ଗାଡିର ତଲାସି ନେଇଥିଲା ।

ସେଥିରୁ ୪ ଟି ଜରି ବସ୍ତାରେ ୯୦ କିଗ୍ରା ଗଞ୍ଜେଇ ବାହାରିଥିଲା । ଗଞ୍ଜେଇ ଓ ଗାଡକୁ ଜବତ କରିବା ସହିତ ଡ୍ରାଇଭର କଟକ ଜିଲ୍ଲା ଆଠଗଡ ଅଂଚଳର ପ୍ରଦୀପ କୁମାର ବେହେରା ନମକ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ପୋଲିସ ଏହି ସଂକ୍ରାନ୍ତରେ ଏକ ମାମଲା ୫୭/୨୦୨୦ ଏନଡିପିଏସ ଆଇନ ଅନୁସାରେ ରୁଜ୍ଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେ ଏହି ଗଞ୍ଜେଇକୁ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡରୁ କଟକ ଜିଲ୍ଲା ଆଠଗଡ ଅଂଚଳକୁ ଚାଲାଣ କରୁ ଥିବା ନେଇ ପୋଲିସ ଆଗରେ ପ୍ରକାଶ କରିଥିବା ଟିକାବାଲି ଥାନା ଅଧିକାରୀ ରେବତୀ ଶବର କହିଛନ୍ତି ।

Nalco
Leave A Reply