Odisha news

ସ୍କର୍ପିଓ ଧକ୍କାରେ ଦୁଇ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ମୃତୁ୍ୟ , ଅଂଚଳରେ ଉତେଜନା :୧୨ ଘଣ୍ଟା ପରେ ଉଠିଲା ଶବ

0

ଫୁଲବାଣୀ (santosh mishra)  କନ୍ଧମାଲ ଜିଲ୍ଲା ଦାରିଙ୍ଗବାଡି ଥାନା ଅଂଚଳରେ ଥିବା କିରିକୁଟି ଗ୍ରାମ ପଂଚାୟତ ଅଂଚଳରେ ଗୋଟିଏ ବାଇକ କୁ ଆଉ ଗୋଟିଏ ସ୍କର୍ପିଓ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକରେ ଥିବା ଦୁଇ ଜଣଙ୍କର ମୃତୁ୍ୟ ଘଟିଛି । ଦୁର୍ଘଟଣ ଘଟାଇଥିବା ସ୍କର୍ପିଓଟି ସେଠାରୁ ଫେରାର ହୋଇଯାଉଥିବାବେଳେ କ.ନୁଆଗାଁ ଥାନା ଅଂଚଳରେ ଥିବା ଗୁଞ୍ଜିବାଡି ଠାରେ ପୋଲିସ ତାକୁ ଗିରଫ କରିଥିବା ଜଣଉାପଡିଛି ।

ସୁଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ କିରିକୁଟିଠାରେ ଗୋଟିଏ ବାଇକରେ ଦୁଇଜଣ ଯୁବକ ଗୋଟିଏ ବାଇକ(ଓଡି-୧୨-ଏ-୨୬୦୭)ରେ ଗୋଟିଏ ଘୁଷୁରୀକୁ ନେଇ ଯାଉଥିବାବେଳେ ସେହି ରାସ୍ତାରେ ଗୋଟିଏ ସ୍କର୍ପିଓ ଗାଡି ଆସି ଡଙ୍ଗେରୀ ଛକଠାରେ ଏହି ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ବାଇକ ଆରୋହୀମାନେ ମୃତୁ୍ୟ ବରଣ କରିଥିଲେ । ସ୍ଥାନୀୟ ଲୋକେ ସେଠାରେ ପହଂଚି ୧୦୮ ଆମ୍ବୁଲାନ୍ସକୁ ଡାକିବାପରେ ସେଠାରେ ଆମ୍ବୁଲାନ୍ସ ପହଂଚି ଗୋଟିଏ ଶବକୁ ନେବା ସହିତ ଅନ୍ୟ ଶବକୁ ନେବାକୁ ରାଜି ହୋଇ ନଥିଲା । ଫଳରେ ସେଠାରେ ଉତେଜନା ବୃଦ୍ଧି ପାଇଥିଲା ।

ଖବର ପାଇଁ ବାଲିଗୁଡା ଉପଖଣ୍ଡ ପୋଲିସ ଅଧିକାରୀ ମାନସରଞ୍ଜନ ବାରିକ ଓ ଦାରିଙ୍ଗବାଡି ଥାନା ଅଧିକାରୀ ସେଠାରେ ପହଂଚି ଲୋକଙ୍କୁ ବୁଝାସୁଝା କରିବାରୁ ଉତେଜନା କମିଥିଲା । ଆଜି ସକାଳ ୧୨ଟା ସମୟରେ ସେଠାରୁ ମୃତକ ମାନଙ୍କର ଶବକୁ ଉଠାଯାଇଥିଲା । ଦୁର୍ଘଟଣା ଘଟାଇ ସ୍କର୍ପିଓ ଡ୍ରାଇଭର ସେଠାରୁ ଫେରାର ହେଉଥିବାବେଳେ ତାକୁ ଗୁଞ୍ଜିବାଡି ଠାରେ କ.ନୁଆଗାଁ ଥାନା ପୋଲିସ ଅଟକାଇ ଗାଡିକୁ ଅଟକ ରଖିବା ସହିତ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି । ମୃତକ ମାନଙ୍କ ମଧ୍ୟରୁ କିଡ୍ରାମାଲା ଗ୍ରାମର ପ୍ରକାଶ ପ୍ରଧାନ ଓ ମୁଲି ପ୍ରଧାନ ବୋଲି ଜଣାପଡିଛି । ପୋଲିସ ଉଭୟ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରୀ ରଖିଥିବା ଜଣାପଡିଛି ।

 

Nalco
Leave A Reply