Odisha news

ପୋଲ ତଳୁ ଯୁବକଙ୍କ କ୍ଷତାକ୍ତ ଶବ ସହିତ ସାଇକଲ ଉଦ୍ଧାର,ତଦନ୍ତ ଜାରୀ

0

ଫୁଲବାଣୀ, ( ସନ୍ତୋଷ ମିଶ୍ର ) :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ତେଜାମାହା ରାସ୍ତାର ବରାଳ ଦେବୀ ମନ୍ଦିର ନିକଟରେ ଥିବା ଏକ ପୋଲ ତଳୁ ଜଣେ ଯୁବକର କ୍ଷତବିକ୍ଷତ ଶବ ଏକ ସାଇକେଲ ସହ ଉଦ୍ଦାର କରାଯାଇଛି । ପାରିପାଶ୍ୱିର୍କ ପରିସ୍ତିତି କୁ ଅନୁଧ୍ୟାନ କଲେ ଏହା ଏକ ସୁଚିନ୍ତିତ ହତ୍ୟା କାଣ୍ଡ ବୋଲି ଜଣାପଡୁଥିବା ବେଳେ ଫିରିଙ୍ଗିଆ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ସୋମବାର ସକାଳୁ ବନ୍ଧଗଡ ଗାଁର କିଛି ଲୋକ ଶୈାଚ ପାଇଁ ପୋଲ ନିକଟକୁ ଯାଇଥିବା ବେଳେ ଏହି କ୍ଷତବିକ୍ଷତ ଶବ ସାଇକେଲ ସହ ପଡିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ଫିରିଙ୍ଗିଆ ଦମକଳ ବାହୀନି ସହ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ପହଂଚି ଅଗ୍ନିଶମ ବାହୀନି ସାହାଯ୍ୟରେ ଶବ କୁ ଉଦ୍ଧାର କରା ଯାଇଥିଲା । ମୃତ ଯୁବକ ଜଣକ କନ୍ଧମାଳ ଜିଲ୍ଲା କ.ନୁଆଗାଁ ବ୍ଲକ ସାରଙ୍ଗଗଡ ଥାନା ଗଲେସୁଗା ଗାଁର ଗୁଣମଣି ପ୍ରଧାନ ବୋଲି ଜଣାପଡିଛି ।

ଗୁଣମଣି ଚାରିଦିନ ହେବ ନିଜ ଘରୁ କୈାଣଷି କାମରେ ବାହାରକୁ ଆସିଥିଲେ । ଗତ କାଲି ଫିରିଙ୍ଗିଆ ବ୍ଲକ ଉପର ଦଣ୍ଡିକିଆ ଗାଁରେ ଏକ ଭୋଜି କର୍ଯ୍ୟରେ ଯୋଗଦେବା ପରେ ସଂଧ୍ୟା ସମୟରେ ତାଙ୍କ ର ଜଣେ ସମ୍ପର୍କିୟଙ୍କ ସାକେଲ ନେଇ ତେଜାମାହା ଗାଁକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଫିରିଙ୍ଗିଆ ଥାନାର ତଦନ୍ତକାରୀ ଅଫିସର ଏ.ଏସ.ଆଇ ଭିଭୁଦତ ଶର୍ମା ସୂଚନା ଦେଇଛନ୍ତି ।

ତେବେ ଶବକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇ ଏହି ସକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ଏକ ଅପମୃତୁ୍ୟ ମାମଲା ୧୦/୨୦୨୦ ରୁଜୁ କରି ତଦନ୍ତ ଜାରି ରହିଥିବା ପୋଲିସ ସୁତ୍ରରୁ ଜଣାପଡିଛି । ବ୍ୟବଛେଦ ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

 

Leave A Reply