Odisha news

ବେଲଘର- ଆମ୍ବାଦୋଳା ରାସ୍ତାକୁ ଖୋଳିଲେ ମାଓବାଦୀ

0

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସୀମାରେ ଥିବା ବେଲଘର ଆମ୍ବାଦୋଳା ରାସ୍ତାକୁ ଖୋଳିଲେ ମାଓବାଦୀ । ଶୁକ୍ରବାର ମାଓବାଦୀ ମାନେ ବେଲଘର ଆମ୍ବଦଲା ରାସ୍ତା ଖୋଳି ଦେଇଥିବାର ଦେଖିବାକ ମିଳିଛି । ଏହି ରାସ୍ତା କନ୍ଧମାଳ କଳାହାଣ୍ଡି ଜିଲ୍ଲାର ସୀମାନ୍ତକୁ ସଂଯୋଗ କରୁଛି । ବେଲଘର ଠାରୁ ପ୍ରାୟ ୭କିମି ଦୁରରେ କଳାହାଣ୍ଡି ସୀମାନ୍ତରେ ରାସ୍ତାକୁ ଖୋଳା ଯାଇଥିବା ବେଳେ ସେହି ରାସ୍ତାରେ ଜିବା ଆସିବା ବନ୍ଦ ହୋଇଯାଇଛି । ମାଓବାଦୀମାନେ ରାସ୍ତା ଖୋଳିଥିବା ନେଇ କଳାହାଣ୍ଡି ଏସପି ସ୍ପଷ୍ଟ କରିଥିବା ବେଳେ କନ୍ଧମାଳ ପୁଲିସ ନିକଟରେ ଏନେଇ ସୁଚନା ନଥିବା ବେଲଘର ଥାନା ଅଧିକାରୀ କହିଛନ୍ତି ।

ଏଠାରେ ସୁଚନା ଯୋଗ୍ୟଯେ ଦୁଇଦିନ ତଳେ କଳାହାଣ୍ଡି ପୋଲିସର ଏସଓଜି ଟିମ ଦ୍ୱାରା କମ୍ବିଂ ଅପରେସନ ଚାଲିଥିବା ବେଳେ ଭଣ୍ଡରଙ୍ଗି ସର୍କି ଜଙ୍ଗଲରେ ମାଓବାଦୀଙ୍କ ମୁହାଁମୁହିଁ ହେବା ସହ ଗୁଳିବିନିମୟ ହୋଇଥିଲା । ଏହି ଘଟଣାରେ ସିପିଆଇ ମାଓବାଦୀର ବିଜିଏନ ଡିଭିଜନର ୫କ୍ୟାଡର ମାଓବାଦୀ ନିହତ ହୋଇଥଲେ । ନିହତଙ୍କ ମଧ୍ୟରେ ୪ ମହିଳା ମାଓବାଦୀ ଥିଲେ ଏଥିସହ ଏସଓଜିର ୨ଯବାନ ମଧ୍ୟସହିଦ ହୋଇଥିଲେ । ଏହି ଘଟଣା ପରେ ଏବେ ବେଲଘର ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଗାମୀ ଦିନରେ ପ୍ରତିଶୋଧ ପରାୟଣ ହୋଇ ମାଓବାଦୀମାନେ କିଛି ଅଘଟଣ ଘଟାଇବାରେ ଆଶଙ୍କା କରୁଛନ୍ତି ଅଂଚଳ ବାସୀ ।

Nalco
Leave A Reply